Masthead

ଜଗା ବାହୁଡିବ ଜନ୍ମ ଜାଗା

କଟକ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ଏମ୍ସରେ ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ପୃଥକ କରାଯାଇଥିଲା । ସେଠାରେ କିଛିଦିନ ଚିକିତ୍ସିତ ହେବା ପରେ ସେମାନଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରମାନଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ୱେ ବଳିଆ ଜଗାଙ୍କ ହାତ ଛାଡିଦେଇଥିଲେ । ଏବେ ଜଗା ବିତାଉଛନ୍ତି ସାଥୀହୀନ ଜୀବନ । କଟକ ବଡ଼ ମେଡିକାଲ (ଏସସିବି)ରେ ୨ ବର୍ଷ ହେବ ଚିକିତ୍ସିତ ହେଉଥିବା ଜଗା ଖୁବଶୀଘ୍ର ଡିସଚାର୍ଜ ହୋଇପାରନ୍ତି ।

ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତତ୍ୱାବଧାନରେ ଚିକିତ୍ସିତ ହେଉଛି ଜଗା। ସେ ଏବେ ସୁସ୍ଥ ହେବାରେ ଲାଗିଛନ୍ତି । ତାକୁ ଖୁବଶୀଘ୍ର ଏସସିବିରୁ ଡିସଚାର୍ଜ କରାଯିବ । ଏସସିବିରୁ ଡିସଚାର୍ଜ ହେବାପରେ କନ୍ଧମାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏକ ଡାକ୍ତରୀଦଳ ଅଧିନରେ ଜଗା ଚିକିତ୍ସିତ ହେବ। ଜଗାର ସ୍ଥିତି ଅନୁଧ୍ୟାନ କରିବା ପାଇଁ କନ୍ଧମାଳର ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଆଜି କଟକ ଏସସିବିରେ ପହଞ୍ଚିଛନ୍ତି । ଜଗାର ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରି ସେମାନେ ଚୁଡ଼ାନ୍ତ ନିଷ୍ପତ୍ତି ନେବେ।

ଏସସିବିରେ ରହିବାରେ ଆର୍ଥିକ ସମସ୍ୟା ଦେଖାଦେବାରୁ ଜଗାର ମା ପୁଷ୍ପାଞ୍ଜଳି କହଁର କନ୍ଧମାଳ ସ୍ଥିତ ନିଜ ଘର ଫିରିଙ୍ଗିଆ ବ୍ଲକ ମେଲୁପଡ଼ାକୁ ଫେରିଯିବାକୁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ତାଙ୍କ ଅନୁରୋଧ ରକ୍ଷା କରିଥିଲେ ଜିଲ୍ଲାପାଳ । ଘଟଣା ସମ୍ପର୍କରେ ଜିଲ୍ଳାପାଳ ରାଜ୍ୟ ସରକାରଙ୍କୁ ଲିଖିତଭାବେ ଜଣାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ