Masthead

କରୋନା ଜାଲରେ ଉଦ୍ଧବ ଠାକରେଙ୍କ ପତ୍ନୀ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଦିନକୁ ଦନ ମାଡ଼ିବାରେ ଲାଗିଛି କରୋନା । ସ୍ଥିତି ଅଣାୟତ ହେବାରେ ଲାଗିଛି । ସର୍ବାଧିକ ସଂକ୍ରମିତ ମହାରାଷ୍ଟ୍ର ହେବାରେ ଲାଗିଛି । ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ପଜିଟଭ ଚିହ୍ନଟ ହେବା ସହ ମୃତକଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଉଦ୍ଧବ ଠାକରେଙ୍କ ପରିବାର ଏବେ କରୋନା କବଳରେ ଆକ୍ରାନ୍ତ ହୋଇଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ତଥା ମନ୍ତ୍ରୀ ଆଦିତ୍ୟ ଠାକରେ ପଜିଟିଭ ଚିହ୍ନଟ ହେବା ପରେ ଏବେ ପତ୍ନୀ ରଶ୍ମୀ ଠାକରେ କରୋନା ସଂକ୍ରମିତ ହୋଇଛନ୍ତି । ସୋମବାର ତାଙ୍କ ଅସୁସ୍ଥ ଲାଗିବାରୁ ସେ ନିଜର ଟେଷ୍ଟ କରାଇଥିଲେ ଏବଂ ତାଙ୍କର ରିପୋର୍ଟ ପଜିଟିଭ ଆସିଥିଲା । ରିପୋର୍ଟ ପଜେଟିଭ ଆସିବା ପରେ ସେ ଏବେ ତାଙ୍କ ବାସଭବନରେ ସଙ୍ଘରୋଧ ଅବସ୍ଥାରେ ଅଛନ୍ତି ।

ଦେଶରେ ଟିକାକରଣ ଜାରି ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ତାଙ୍କ ପତ୍ନୀ ଟିକାର ପ୍ରଥମ ଡୋଜ ନେଇସାରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁମ୍ବାଇ ନଗରପାଳିକା ୨୮ ଓ ୨୯ ତାରଖ ପାଇଁ କଟକଣା ଜାରି କରିଛନ୍ତି । ଗତ ୨୪ ଘଣ୍ଟାରେ ୩ ହଜାରରୁ ଅଧିକ ନୂଆ କେସ ସାମ୍ନାକୁ ଆସିଥିବାବେଳେ ୮ ଜଣଙ୍କ ଜୀବନ ନେଇଛି ଭାଇରସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସିନ୍ଦୂର ଲୋଗୋର ନିର୍ମାତା କିଏ? 🔴 ବାହାରିନରେ ଓଡ଼ିଆ ପାଳିଲେ ସାବିତ୍ରୀ ବ୍ରତ 🔴 ଜାମୁକୋଳି, ପାଇଖାନା ଗପ..ଏବେ ବୋଥ୍ରାଙ୍କ ମୁହଁରେ ଗୀତା 🔴 ରୋଲର କୋଷ୍ଟରରେ ଫସିଗଲେ ୩୦ଯାତ୍ରୀ 🔴 ରାଜ୍ୟସଭା ଯିବେ କମଲ ହାସନ! 🔴 ଭିଜିଲାନ୍ସ ଜାଲରେ RI 🔴 ରାଜ୍ୟରେ ୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ 🔴 ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡ 🔴  ଆଜିଠାରୁ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା 🔴 ପାଟଣାଗଡ଼ ପାର୍ସଲ୍ ବୋମା ମାମଲା, ଆଜି ଆସିବ ରାୟ 🔴 ସିନ୍ଦୂର ଲୋଗୋର ନିର୍ମାତା କିଏ? 🔴 ବାହାରିନରେ ଓଡ଼ିଆ ପାଳିଲେ ସାବିତ୍ରୀ ବ୍ରତ 🔴 ଜାମୁକୋଳି, ପାଇଖାନା ଗପ..ଏବେ ବୋଥ୍ରାଙ୍କ ମୁହଁରେ ଗୀତା 🔴 ରୋଲର କୋଷ୍ଟରରେ ଫସିଗଲେ ୩୦ଯାତ୍ରୀ 🔴 ରାଜ୍ୟସଭା ଯିବେ କମଲ ହାସନ! 🔴 ଭିଜିଲାନ୍ସ ଜାଲରେ RI 🔴 ରାଜ୍ୟରେ ୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ 🔴 ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡ 🔴  ଆଜିଠାରୁ ୩ ଦିନ ରାଜ୍ୟରେ ପ୍ରବଳ ବର୍ଷା 🔴 ପାଟଣାଗଡ଼ ପାର୍ସଲ୍ ବୋମା ମାମଲା, ଆଜି ଆସିବ ରାୟ