Before Header

ଜୋଶରେ ଟିମ ଇଣ୍ଡିଆ

0 26

ଭୁବନେଶ୍ୱର (ବଡ଼ଖବର ବ୍ୟୁରୋ ): ଟେଷ୍ଟ  ଓ ଟି ଟ୍ୱେଣ୍ଟି ସିରିଜ ବିଜୟ ପରେ ଜୋଶରେ ଟିମ ଇଣ୍ଡିଆ | ପ୍ରଥମ ଦିନିକିଆରେ ଇଂଲଣ୍ଡକୁ ଦେଲା ମାତ | ୬୬ ରନର ଚମତ୍କାର ବିଜୟ ସହ ୧-0 ରେ ସିରିଜ ଆଗୁଆ | ଡେବ୍ୟୁ ମ୍ୟାଚରେ ଚମକିଲେ ପ୍ରସିଦ୍ଧ କୃଷ୍ଣା ଓ  କୁନାଲ ପାଣ୍ଡ୍ୟା | ଜଣେ ବଲରେ ଆଉ ଜଣେ ବ୍ୟାଟରେ ଦେଖାଇଲେ କମାଲ | ଭାରତୀୟ ବୋଲର ଓ ବ୍ୟାଟ୍ସମ୍ୟାନ ଙ୍କ ଚମତ୍କାର ପ୍ରଦର୍ଶନ ଆଗରେ ଫିକା ପଡିଲା ଭ୍ରମଣକାରୀ ଇଂଲିଶ ଦଳ ଜୋନି ବେୟାରଷ୍ଟୋ ଏବଂ ଜାସନ ରୟଙ୍କ ମଧ୍ୟରେ ପ୍ରଥମ ଓ୍ଵିକେଟ୍‌ରେ ୧୩୫ ରନର ଭାଗିଦାରୀ ସତ୍ତ୍ଵେ ବି ଇଂଲଣ୍ଡ କୁ ମିଳିଲା ପରାଜୟ | ଇଂଲଣ୍ଡ ଦଳ ଟସ ଜିଣି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧଓ୍ବନ ଦଳକୁ ଏକ ଦୃଢ ମୂଳଦୁଆ ପ୍ରଦାନ କରିବାକୁ ଚେଷ୍ଟା କରିଥିଲେ ହେଁ  ରୋହିତ ୨୮ରନ କରି ଆଉଟ୍ ବେନ ଷ୍ଟ୍ରୋକ ଙ୍କ ବଲରେ  ଆଉଟ ହୋଇ ପାଭିଲିଅନ ଫେରିଥିଲେ । ତେବେ ଦ୍ୱିତୀୟ ଉଇକେଟ ଭାବରେ  ଧାୱନ ଙ୍କୁ ସାଥ ଦେବା ପାଇଁ ପଡିଆ କୁ ଓଲ୍ହାଇଥିଲେ ଭାରତୀୟ ଅଧିନାୟକ ବିରାଟ କୋହଲି | ଶିଖର ଧାଓ୍ଵନଙ୍କ ୯୮, ବିରାଟ କୋହଲିଙ୍କ ୫୬, ଲୋକେଶ ରାହୁଲଙ୍କ ଅପରାଜିତ ୬୨ଏବଂ ପ୍ରଥମ କରି  ଦିନିକିଆ ଖେଳୁଥିବା କୁନାଲ ପାଣ୍ଡ୍ୟାଙ୍କ ଅପରାଜିତ ୫୮ ରନ ଜରିଆରେ ୫ ଓ୍ଵିକେଟ୍ ହରାଇ ୩୧୭ ରନ କରିଥିଲା ଟିମ ଇଣ୍ଡିଆ । ଜବାବରେ ୩୧୮ ରନର  ବିଜୟ ଲକ୍ଷ ନେଇ ପଡିଆ କୁ ଓଲ୍ହାଇଥିଲା ଭ୍ରମଣକାରୀ ଦଳ | ଓପନର ଜୋନି ବେୟାରଷ୍ଟୋ ଓ ଜାସନ ରୟ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରି ଭାରତୀୟ ବୋଲରଙ୍କ ଉପରେ ନିର୍ଧୁମ ପ୍ରହାର କରିଥିଲେ। ଜୋନି ବେୟାରଷ୍ଟୋ ଦମଦାର ବ୍ୟାଟିଂ କରି ୧୪ତମ ଅର୍ଦ୍ଧଶତକ ହାସଲ କରିଥିଲେ। ଦୁଇ ବ୍ୟାଟସମ୍ୟାନ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୪.୧ ଓଭରରେ ୧୩୫ ରନ କରିଥିଲେ। ଯାହା ଭାରତୀୟ ଦର୍ଶକଙ୍କୁ ନିରାଶ କରିଥିଲା ଏହି ସମୟରେ ଇଂଲଣ୍ଡର ବିଜୟ ନିଶ୍ଚିତ ଲାଗୁଥିଲା। ତେବେ  ଜାସନ ରୟଙ୍କୁ ଆଉଟ୍ କରି ନିଜର ପଦାର୍ପଣ ମ୍ୟାଚ୍ ଖେଳୁଥିବା ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣା ଭାରତକୁ ଦେଇଥିଲେ ବଡ ସଫଳତା । ଏହି ସଫଳତା ମ୍ୟାଚ ର ମୋଡ ବଦଳାଇଦେଇଥିଲା | ଏହା ପରେ ୧୩୭  ରନ ସ୍କୋରରେ ବେନ ଷ୍ଟୋକ୍ସ ଏକ ରନରେ ଆଉଟ୍ କରି ପ୍ରସିଦ୍ଧ ଭାରତକୁ ଦେଇଥିଲେ ଦ୍ଵିତୀୟ ସଫଳତା । ଅନ୍ୟପଟେ ଦ୍ରୁତ ବ୍ୟାଟିଂ କରି ୬୬ ବଲ୍‌ରୁ ୬ ଚୌକା ଓ ୭ ଛକା ସହ ୯୪ ରନ ସହ ଦଳର  ବିଜୟ ଆଶାକୁ ଉଜ୍ଜିବୀତ ରଖିଥିବା ବେୟାରଷ୍ଟୋ ଙ୍କୁ ‌ ଆଉଟ କରି ଇଂଲଣ୍ଡକୁ ଶକ୍ତ ଝଟକା ଦେଇଥିଲେ ଭାରତୀୟ ବୋଲର ଶାର୍ଦ୍ଦୁଳ ଠାକୁର  |ଇଅନ ମୋର୍ଗାନ ୨୨ ଓ ଜୋସ୍ ବଟଲର ୨ ରନ କରି ଆଉଟ ହେବା ପରେ ୧୭୬ ରନରେ ଇଂଲଣ୍ଡ ତାର ଅଧା ଓ୍ଵିକେଟ୍  ହରାଇ ଵ୍ୟାକଫୁଟ କୁ ଚାଲି ଯାଇଥିଲା | ପଦାର୍ପଣ ମ୍ୟାଚ୍ ଖେଳିଥିବା ପ୍ରସିଦ୍ଧ କୃଷ୍ଣା୫୪ ରନରେ ୪ ଓ୍ଵିକେଟ୍ ନେଇ ଓ  ଶାର୍ଦ୍ଦୁଳ ଠାକୁର ୩୭ ରନରେ ୩ ଓ୍ଵିକେଟ୍ ନେଇ ଇଂଲଣ୍ଡ ର ବ୍ୟାଟିଂ ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଭୁବନେଶ୍ଵର କୁମାର  ଘାତକ ବୋଲିଂ କରି ଦଳକୁ ଦେଇଥିଲେ  ୨ ସଫଳତା ଯାହାକୁ ସାମ୍ନା କରି ନପାରି ଧରାଶାୟୀ ହୋଇଥିଲା ଭିଭ୍ରମଣକାରୀ ଇଂଲଣ୍ଡ | କୃଣାଲ ପାଣ୍ଡ୍ୟାଙ୍କୁ ମଧ୍ୟ ମିଳିଥିଲା  ଗୋଟିଏ ସଫଳତା | ଏସବୁ ଭିତରେ ୪୨.୧ ଓଭରରେ ସମସ୍ତ ଓ୍ଵିକେଟ୍  ମାତ୍ର ୨୫୧ ରନ  ଭାରତୀୟ ଦଳ ଠାରୁ ୬୬ ରନରେ ପରାଜୟ ବରଣ କରିଥିଲା ଇଂଲଣ୍ଡ | ତେବେ ସିରିଜ୍‌ର ଦ୍ଵିତୀୟ ମ୍ୟାଚ୍ ମାର୍ଚ୍ଚ ୨୬ରେ ଖେଳାଯିବାର ଥିବା ବେଳେ ଉଭୟ ଦଳ ଏହି ମ୍ୟାଚ ଜିତିବା ଲକ୍ଷ ନେଇ ପଡିଆକୁ ଓଲ୍ହାଇବେ |

Leave A Reply

Your email address will not be published.