Masthead

ଉଚ୍ଚ ଶିକ୍ଷା ବିଭାଗ ବନ୍ଦ କରିଛି ୨୦ ପାଠ୍ୟକ୍ରମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଜେଟ ସେସନର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଆଉ ମନ୍ତ୍ରୀ ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ । ୨୦୦୯-୧୦ରୁ ଅଦ୍ୟାବଧି ରାଜ୍ୟରେ କେତେ ସରକାରୀ, ଘରୋଇ କଲେଜ ଓ ବିଶ୍ୱବିଦ୍ୟାଳୟରେ କେଉଁ କେଉଁ ପାଠ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ମନ୍ତ୍ରୀ ଉତ୍ତରରେ କହିଥିଲେ୨୦ ।

ବନ୍ଦ ରହିବାର କାରଣ ସମ୍ପର୍କରେ ମନ୍ତ୍ରୀ କହିଥିଲେ କିଛି ବିଭାଗରେ ବର୍ଷ ବର୍ଷ ଧରି କୌଣସି ଛାତ୍ରଛାତ୍ରୀ ନାମ ନଲୋଖାଇବାରୁ କିମ୍ବା କମ୍ ପିଲା ନାମ ଲେଖାଇଥିବାରୁ ସରକାର ୨୦ ବିଭାଗ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ବନ୍ଦ ରହିଥିବା ବିଭାଗର କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି ନା ସେମାନେ ବସି ରହିଛନ୍ତି ବୋଲି ବିରୋଧୀଦଳ ମୁଖ୍ୟ ସଚେତକ ଜାଣିବାକୁ ଚାହିଁଥିଲେ । ମନ୍ତ୍ରୀ କହିଥିଲେ ।

କୌଣସି ବିଭାଗ ବନ୍ଦ ହେଲେ ସେହି ବିଭାଗର ଶିକ୍ଷକ ଓ କର୍ମଚାରୀମାନଙ୍କୁ ବହିଷ୍କାର କରାଯାଏ ନାହିଁ । ସେମାନଙ୍କୁ ଆବଶ୍ୟକ ଥିବା କଲେଜକୁ ସ୍ଥାନାନ୍ତର କରାଯାଇଥାଏ । ରାଜ୍ୟରେ କେଉଁ ବିଭାଗ ନୂଆ ଖୋଲିଛି ବୋଲି ପ୍ରଶ୍ନ ହେବାରୁ ମନ୍ତ୍ରୀ କହିଲେ ୨୦୦୯-୧୦ରୁ ଅଦ୍ୟାବଧି ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ୧୦୨୮ଟି ବିଭାଗ ନୂଆ ଖୋଲାଯାଇଛି । ନୂତନ ବିଭାଗରେ କେତେ ନୂଆ ଶିକ୍ଷକ, କର୍ମଚାରୀ ନିଯୁକ୍ତି ପାଇଛନ୍ତି ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ ୧୯୫୦ ନୂତନ ଶିକ୍ଷକ ଓ କର୍ମଚାରୀ ପଦବୀ ସୃଷ୍ଟି ହୋଇଥିବା ବେଳେ ୧୪୮୪ଜଣ ନିଯୁକ୍ତି ପାଇ କାର୍ଯ୍ୟରତ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼