Masthead

ଭାଇରାଲ ଅଡିଓକୁ ନେଇ ପ୍ରଦୀପ୍ତ- ବ୍ୟୋମକେଶ ମୁହାଁମୁହିଁ

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଲୋଚନାରେ ଉଠିଲା ବ୍ୟୋମକେଶଙ୍କ ଅଡିଓ ଭାଇରାଲ ପ୍ରସଙ୍ଗ । ବ୍ୟୋମକେଶଙ୍କ ଅଡିଓ ଭାଇରାଲକୁ ନେଇ ବିଧାନସଭାରେ ମୁହାଁମୁହିଁ ହେଲେ ପ୍ରଦୀପ୍ତ ଓ ବ୍ୟୋମକେଶ ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା । ରାଜ୍ୟରେ କିପରି ଶାସନ ଚାଲିଛି ଶାସକ ଦଳର ନେତା ସାଧାରଣ ପୋଲିସ ଏଏସଆଇ ଙ୍କୁ ଧମକାଇବେ କି ? ଏହି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବିରୋଧୀ ଦଳ ନେତା । ବିଧାୟକ ମାନେ ନିଜ ଆଚରଣରେ ଶାଳୀନତା ରଖନ୍ତୁ ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରଦୀପ୍ତ ।

ଗୃହରେ ବ୍ୟୋମକେଶଙ୍କ ବିବୃତି ଗୃହକୁ ବିଭ୍ରାନ୍ତି କରୁଛନ୍ତି ବିରୋଧୀ ଦଳ ନେତା ସେ ପୋଲିସ ଜଣକ ଗରିବ ଲୋକଙ୍କୁ ହଇରାଣ ହରକତ କରୁଥିଲା । ତେଣୁ ମୁଁ ତାକୁ ଫୋନ କରିଥିଲି । ମୁଁ କହିଥିଲି ଆଇନ ତା ବାଟରେ ଯିବ ବୋଲି । ସେ ଟଙ୍କା ଆଦୟ କରୁଥିଲେ । ଲୋକଙ୍କୁ ହଇରାଣ କରୁଥିଲେ। ମୋ ଅଡିଓ ଟେପକୁ ବିଭ୍ରାନ୍ତି କରି ଦେଖାଯାଉଛି । ଯଦି ବାଚସ୍ପତି ଚାହିଁବେ ସମ୍ପୂର୍ଣ୍ଣ ଅଡିଓ ମୁଁ ଗୃହରେ ଉପସ୍ଥାପନ କରିପାରିବି । ମୁଁ ଜଣେ ବିଧାୟକ ମଧ୍ୟବିତ ପରିବାରରୁ ଆସିଛି । ମୁଁ ପିଏଚଡ଼ି କରିଛି । ବ୍ୟବହାର କେମିତି କରାଯିବ ସେ କଥା ମୋତେ ଶିଖାନ୍ତୁନି । ବିଜେପିକୁ କାଉଣ୍ଟର କରି କହିଲେ, ମୟୁରଭଞ୍ଜର ଜଣେ ବିଧାୟକ ଆସିଷ୍ଟାଣ୍ଡ ଇଂଜିନିୟରକୁ ମାଡ଼ ମାରି ଗିରଫ ହୋଇଥିଲେ । ଗୃହର ମଧ ଭାଗରେ ବିରୋଧୀଙ୍କ ହଟ୍ଟଗୋଳ । ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି