Masthead

କର୍ମୀଙ୍କ ପାଦ ଛୁଇଁଲେ ପିଏମ୍ ମୋଦି, ଭିଡିଓ ଭାଇରାଲ

କୋଲକାତା (ବଡ଼ ଖବର ବ୍ୟୁରୋ): ଉପରେ ଦିଆଯାଇଥିବା ଫଟୋକୁ ଦେଖନ୍ତୁ । ଭିଡିଓକୁ ମଧ୍ୟ ଦେଖନ୍ତୁ । ଜଣେ ବିଜେପି କର୍ମର୍ତ୍ତାଙ୍କ ପାଦଛୁଇଁ ଆଶିଷ ଭିକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପଶ୍ଚିମବଙ୍ଗରେ ଏକ ନିର୍ବାଚନୀ ରାଲି ସମୟରେ ଏଭଳି ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି। ମଞ୍ଚରେ ଉପସ୍ଥିତ ଥିବା ଜଣେ ବିଜେପି କାର୍ୟ୍ୟକର୍ତ୍ତା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଦଛୁଇଁ ପ୍ରଣାମ କରିଥିଲେ। ବଦଳରେ ସେ ବି ତାଙ୍କ ପାଦ ଛୁଇଁଥିଲେ।

ବିଜେପି ନିଜ ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛି । ଏହାକୁ ସଂସ୍କାର ବୋଲି କହିଛି ଦଳ । ଟ୍ୱିଟରେ ଲେ ଖାଯାଇଛି, ବିଜେପି ଏକ ସୁସଂଗଠିତ ଦଳ । ଏଠାରେ ସଂସ୍କୃତି ଅଛି । କାର୍ୟ୍ୟକର୍ତ୍ତା ଓ କର୍ମୀ ପରସ୍ପର ପ୍ରତି ସମାନ ସଂସ୍କାର ଭାବ ରଖନ୍ତି। ବୁଧବାର ମୋଦି ବଙ୍ଗଳାର କାନ୍ଥିରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ସମସ୍ତ ସ୍ଥାନୀୟ ନେତାଙ୍କ ସହ ମୋଦି ମଞ୍ଚ ଉପରେ ବସିଥିଲେ। ମଞ୍ଚରେ ଉପସ୍ଥିତ ଜଣେ ନେତା ଆଗକୁ ଆସି ମୋଦିଙ୍କ ପାଦ ଛୁଇଁଥିଲେ। ଏହାପରେ ମୋଦି ମଧ୍ୟ ତାଙ୍କ ପାଦ ଛୁଇଁ ଅଭିବାଦନ କରିଥିଲେ।

ମାର୍ଚ୍ଚ ୧୦ରେ ମମତା ଆହତ ହୋଇଥିଲେ । ସେଦିନର ଘଟଣା ସମ୍ପର୍କରେ ପିଏମ୍ ମୋଦି କହିଛନ୍ତି ମମତା ନନ୍ଦିଗ୍ରାମବାସୀଙ୍କୁ ବଦନାମ କରିଛନ୍ତି। ଏହି ନନ୍ଦିଗ୍ରାମ ତାଙ୍କୁ ଏତେ ସବୁ ଦେଇଛି। ନନ୍ଦିଗ୍ରାମ ଲୋକ କେବେ ବି ତାଙ୍କୁ କ୍ଷମା କରିବେନି । ଦୁର୍ନୀତିକୁ ନେଇ ମୋଦି ଟିଏମସିକୁ ଟାର୍ଗେଟ କରି କହିଛନ୍ତି ଯେ ବିଜେପି ରାଜ୍ୟରେ ପ୍ରତ୍ୟେକ ଯୋଜନାକୁ ଦୁର୍ନୀତି ମୁକ୍ତ କରିବ ଏବଂ ସ୍ୱଚ୍ଛତା ଆଣିବ। ସେ କହିଛନ୍ତି ଯେ ଅମ୍ପାନ ବାତ୍ୟା ସମୟର ରିଲିଫ ରାଶି ମମତାଙ୍କ ପୁତୁରା ଦ୍ୱାରା ଲୁଟ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି