Masthead

ମା ଉଗ୍ରତାରା ଙ୍କ ଷୋଳପୂଜା ଆରମ୍ଭ ।

ଖୋର୍ଦ୍ଧା:
ଖୋର୍ଦ୍ଧା ଜିଲ୍ଲାର ଏକ ପ୍ରମୁଖ ତନ୍ତ୍ରପୀଠ ମା ଉଗ୍ରତାରା କଁ ମନ୍ଦିର ( ପୀଠ ) , ମା ଏଠାରେ ତାରା ରୂପରେ ପୂଜା ପାଉଛନ୍ତି ।
ଲୋକମତ ଅନୁଯାଇ ମା ଉଗ୍ରତାରା ପ୍ରତ୍ୟକ୍ଷ ଠାକୁରାଣୀ ହୋଇଥିବାରୁ , ମାନସିକ ପୂରଣ ନିମନ୍ତେ ବହୁ ଦୁରଦୂରନ୍ତା ରୁ ଅନେକ ଶ୍ରଦ୍ଧାଳୁ ବର୍ଷର ବିଭିନ୍ନ ସମୟରେ , ଏଠାକୁ ଆସି ମା କଁ ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି ।
ଖୋର୍ଦ୍ଧା ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ ର ଚମ୍ପାଗଡ ଛକ ଠାରୁ , କିଛି ବାଟ ଗଲାପରେ ପଡିଥାଏ ମା ଉଗ୍ରତାରା ଙ୍କ ମନ୍ଦିର । ମୁଳିଝରଗଡ ଗ୍ରାମ ନିକଟରେ ଥିବା ଘଞ୍ଚ ଜଙ୍ଗଲରେ ପରିପୂର୍ଣ ହାତିଆ ପାହାଡ଼ ର ପାଦ ଦେଶରେ ମା ଉଗ୍ରତାରା ଙ୍କ ପୀଠ ଅବସ୍ଥିତ ।
ମା ଉଗ୍ରତାରା ଙ୍କ ପୀଠ ରେ ଅନେକ ପର୍ବ ପର୍ବାଣୀ ପାଳନ କରାଯାଉ ଥିଲେ ହେଁ , ରଜ ଓ ଦଶହରା ପର୍ବ ବହୁ ଆଡମ୍ବର ଭାବରେ ପାଳନ କରାଯାଏ । ଚଳିତ ବର୍ଷ ଯୋଡ଼ା ଆଶ୍ୱିନ ପଡୁ ଥିବାରୁ ଏବଂ ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉ ଥିବାରୁ , ନିରାଡ଼ମ୍ବର ରେ ମା ଙ୍କ ର ଷୋଳ ପୂଜା ଆରମ୍ଭ ହୋଇଯାଇଛି , ଏହି ପୂଜା ୪୫ ଦିନ ଧରି ଚାଲିବ ।
ମା ଉଗ୍ରତାରା ଙ୍କ ପୀଠ ରେ ରୀତିକାନ୍ତି ଅନୁଯାଇ ପୂଜାର୍ଚ୍ଚନା ଓ ଭୋଗ ଲାଗିଥାଏ ମାତ୍ର ଠାକୁରାଣୀ ଙ୍କ ପ୍ରିୟ ମାଛଭୋଗ ବିଭିନ୍ନ ସମୟରେ ଲାଗି କରାଯାଇଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ସ୍ନାନପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଗଡିଲା ମୁଣ୍ଡ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ