Masthead

ବିଜେପି ପ୍ରାର୍ଥୀଙ୍କ ପାଇଁ ଦାଦାଙ୍କ ଜୋରଦାର ପ୍ରଚାର

କୋଲକାତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଦିଦି-ମୋଦିଙ୍କ ମଧ୍ୟରେ ମହା ସମର ଚାଲିଛି । ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପଦ୍ମ ଧରିବା ପରେ ଗୁରୁବାର ପ୍ରଥମ ଥର ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ । ପ୍ରଥମେ ବାଙ୍କୁରା ଜିଲ୍ଲାର ଛଠନା ବିଧାନସଭା କ୍ଷେତ୍ରରେ ପ୍ରଚାର ଅଭିଯାନର ନେତୃତ୍ୱ ନେଇ ରଣକୌଶଳ ରଚିବେ । ଏହି ଅବସରରେ ସେ ବଙ୍ଗଲାର ମଠରୁ ରାଲି କରି ବାଂଲା ବଜାର, ବିଡିଓ ଅଫିସ୍ ଦେଇ ହେଲିପ୍ୟାଡ୍ ଯାଏଁ ରୋଡସୋ କରିବେ ।

ଟିଏମସିର ଅନେକ ବିଧାୟକ, ସାଂସଦ ଓ ଅନ୍ୟ ବ୍ୟକ୍ତିବିଶେଷଙ୍କୁ ଦଳରେ ମିଶାଇବା ଦ୍ୱାରା ପଶ୍ଚିମବଙ୍ଗ ବିଜେପିର କଳେବର ବୃଦ୍ଧି ଘଟିଛି । ଦାଦା ଆଜି ବାଙ୍କୁରା ଜିଲ୍ଲାର ଛଠନାରେ ପ୍ରଚାର କରିବେ । ଏହାପରେ ସେ ଜିଲ୍ଲାର ସଲତୋରା ବିଧାନସଭା ଅନ୍ତର୍ଗତ ଅସୁରିଆ-ସଲତୋଡା-ଦୁର୍ଲଭପୁର ହେଲିପ୍ୟାଡ୍ ଯାଏଁ ପଦଯାତ୍ରା କରିବେ । ଏହାପରେ ଝାରଗ୍ରାମ ଜିଲ୍ଲାରେ ଝାରଗ୍ରାମ ବିଧାନସଭା ଅଧିନରେ ଥିବା ଶାରଦା ବିଦ୍ୟାପୀଠ ରାମକୃଷ୍ଣରୁ ଜାମଦା ପେଟ୍ରୋଲ ପମ୍ପ୍ ଯାଏଁ ରୋଡ୍ ସୋ କରିବେ ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ