Masthead

ବିଜେପି ପ୍ରାର୍ଥୀଙ୍କ ପାଇଁ ଦାଦାଙ୍କ ଜୋରଦାର ପ୍ରଚାର

କୋଲକାତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ ନିର୍ବାଚନକୁ ନେଇ ଦିଦି-ମୋଦିଙ୍କ ମଧ୍ୟରେ ମହା ସମର ଚାଲିଛି । ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ପଦ୍ମ ଧରିବା ପରେ ଗୁରୁବାର ପ୍ରଥମ ଥର ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ । ପ୍ରଥମେ ବାଙ୍କୁରା ଜିଲ୍ଲାର ଛଠନା ବିଧାନସଭା କ୍ଷେତ୍ରରେ ପ୍ରଚାର ଅଭିଯାନର ନେତୃତ୍ୱ ନେଇ ରଣକୌଶଳ ରଚିବେ । ଏହି ଅବସରରେ ସେ ବଙ୍ଗଲାର ମଠରୁ ରାଲି କରି ବାଂଲା ବଜାର, ବିଡିଓ ଅଫିସ୍ ଦେଇ ହେଲିପ୍ୟାଡ୍ ଯାଏଁ ରୋଡସୋ କରିବେ ।

ଟିଏମସିର ଅନେକ ବିଧାୟକ, ସାଂସଦ ଓ ଅନ୍ୟ ବ୍ୟକ୍ତିବିଶେଷଙ୍କୁ ଦଳରେ ମିଶାଇବା ଦ୍ୱାରା ପଶ୍ଚିମବଙ୍ଗ ବିଜେପିର କଳେବର ବୃଦ୍ଧି ଘଟିଛି । ଦାଦା ଆଜି ବାଙ୍କୁରା ଜିଲ୍ଲାର ଛଠନାରେ ପ୍ରଚାର କରିବେ । ଏହାପରେ ସେ ଜିଲ୍ଲାର ସଲତୋରା ବିଧାନସଭା ଅନ୍ତର୍ଗତ ଅସୁରିଆ-ସଲତୋଡା-ଦୁର୍ଲଭପୁର ହେଲିପ୍ୟାଡ୍ ଯାଏଁ ପଦଯାତ୍ରା କରିବେ । ଏହାପରେ ଝାରଗ୍ରାମ ଜିଲ୍ଲାରେ ଝାରଗ୍ରାମ ବିଧାନସଭା ଅଧିନରେ ଥିବା ଶାରଦା ବିଦ୍ୟାପୀଠ ରାମକୃଷ୍ଣରୁ ଜାମଦା ପେଟ୍ରୋଲ ପମ୍ପ୍ ଯାଏଁ ରୋଡ୍ ସୋ କରିବେ ବୋଲି ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼