Masthead

ପୋଲିସ ନିର୍ଯାତନା ସହିନପାରି ଯୁବକଙ୍କ ଆତ୍ମହତ୍ୟା

ମାହାଙ୍ଗା( ବଡ଼ ଖବର ବ୍ୟୁରୋ): ଆତ୍ମହତ୍ୟା କଲେ ନିରୀହ ଯୁବକ । କଟକ ଜିଲ୍ଲା ଭଦ୍ରରେଶ୍ୱର ଫାଣ୍ଡି ଅଞ୍ଚଳରେ ଘଟିଛି ଏଭଳି ଏକ ଘଟଣା । ଗତ ୨୦ ତାରିଖରେ ମାହାଙ୍ଗା ଥାନା ଭଦ୍ରରେଶ୍ୱର ଫାଣ୍ଡି ଅଧୀନରେ ଥିବା ଗୋପାଳପୁର ପଞ୍ଚାୟତ ଅର୍ନ୍ତଗତ ନଇଗୁଆଁ ଗ୍ରାମର ଅଷ୍ଟମ ଶ୍ରେଣୀ ଛାତ୍ରି ନିଖୋଜ ଘଟଣାକୁ ନେଇ ପୋଲିସ ତଦନ୍ତ କରୁଥିଲା । ଗତ ୨୪ ତାରିଖରେ ସେହି ଗ୍ରାମର ବିରବର ସାହୁଙ୍କ ପୁଅ କଳାକାର ସାହୁଙ୍କୁ ତାଙ୍କ ଘରୁ ଉଠାଇ ନେଇ ପଚାରଉଚରା କରିବା ସହ ମାଡ଼ ମଧ୍ୟ ମାରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।

କଳାକାରଙ୍କ ପରିବାର ଲୋକେ କହିବା ଅନୁଯାୟୀ, ପୋଲିସ ନିଖୋଜ ଯୁବତୀଙ୍କୁ ଖୋଜିବା ପାଇଁ କେନ୍ଦ୍ରାପଡ଼ା ନେଇଥିଲେ । ଯୁବତୀଙ୍କୁ ପାଇବା ପରେ କଳାକାରଙ୍କୁ ଛାଡ଼ିଦେଇଥିଲେ ପୋଲିସ ଅଧିକାରୀ । ଥାନାରୁ ଫେରିବା ପରେ କଳାକାରଙ୍କ ମାନସିକ ସ୍ଥିତି ଭଲ ନଥିଲା। ପୋଲିସର ଅତ୍ୟଧିକ ନିର୍ଯାତନା ସହି ନପାରି କଳାକାର ଘରଠାରୁ ୨୦୦ ମିଟରେ ଦୂରରେ ଥିବା ବିଲ ମଝିରେ ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ ।

ଝୁଲନ୍ତା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବ ବ୍ୟବଛେଦ ପାଇଁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ଶବ ବ୍ୟବଛେଦ ହୋଇ ଆସିବା ପରେ ନ୍ୟାୟ ଦାବିରେ ଶବକୁ ଧରି ଥାନା ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ପରିବାର ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି