Masthead

ଓଡ଼ିଶାର ପ୍ରସ୍ତାବକୁ କେନ୍ଦ୍ର ଫେରାଇଦେଲା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ରହିଛି ୬୨ ହଜାର ୧୭୧ ଟି ଅଙ୍ଗନୱାଡି କେନ୍ଦ୍ର। ମିନି ଅଙ୍ଗନୱାଡି କେନ୍ଦ୍ର ୧୦,୪୧୬ ଥିବାବେଳେ ଆଉ ୭,୮୪୪ ନୂଆ ଅଙ୍ଗନୱାଡି କେନ୍ଦ୍ର ଖୋଲିବାକୁ କେନ୍ଦ୍ରକୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିଲେ । ମାତ୍ର ପୁନଃ ତର୍ଜମା କରି ପ୍ରସ୍ତାବ ଦେବା ପାଇଁ କହି କେନ୍ଦ୍ର ଓଡ଼ିଶାର ପ୍ରସ୍ତାବ ଫେରାଇ ଦେଇଛନ୍ତି । ଜନଜାତି ଓ ଅପପୁଷ୍ଟି ଦେଖା ଯାଉଥିବା ଅଞ୍ଚଳରେ ବର୍ତ୍ତମାନ ୧,୫୬୭ ନୂଆ ଅଙ୍ଗନୱାଡି ଖୋଲିବା ପାଇଁ ଜିଲ୍ଲାମାନଙ୍କୁ ମଞ୍ଜୁରୀ ଦିଆଯାଇଛି ।

ଗୋଟିଏ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ପାଇଁ ବର୍ତ୍ତମାନ ୭ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଉଥିବାବେଳେ ମନରେଗାରେ ୫ ଲକ୍ଷ, ଆଉ ୨ ଲକ୍ଷ ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି । ସହରାଞ୍ଚଳରେ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ପାଇଁ ଯେଉଁଠି ଜମି ସମସ୍ୟା ହେଉଛି ସେଠି ଜିଲ୍ଲାପାଳମାନଙ୍କୁ କମିଟି ଗଠନ କରି ଜାଗା ଚିହ୍ନଟ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ପୁଷ୍ଟି ସାଧନ ପାଇଁ ଅଙ୍ଗନୱାଡିରେ ୫ ଦିନ ଅଣ୍ଡା ଯୋଗାଇ ଦିଆଯାଉଛି ।

ବିଧାନସଭା ସରିବା ପରେ ମନ୍ତ୍ରୀ ପ୍ରତି ଜିଲ୍ଲା ଗସ୍ତ କରି ଯେଉଁଠି ଯାହା ସମସ୍ୟା ଅଛି ତାହାର ସମୀକ୍ଷା କରିବା ସହ ସମାଧାନ କରିବେ ବୋଲି ବିଧାନସଭାରେ ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର