Masthead

‘ହୋଲି ପ୍ରତ୍ୟେକଙ୍କ ଜୀବନରେ ନୂଆ ଉତ୍ସାହ ଓ ଶକ୍ତି ସଂଚାର କରୁ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ହେଉଛି ରଙ୍ଗର ପର୍ବ ହୋଲି। ବସନ୍ତ ଋତୁର ଏହି ପର୍ବରେ ଲୋକେ ରାଧାକୃଷ୍ଣଙ୍କୁ ସୁସଜ୍ଜିତ କରି ବିମାନରେ ବସାଇ ନଗର ଭ୍ରମଣ କରାଇଥାନ୍ତି । ଏହି ଅବସରରେ ଠାକୁରଙ୍କ ଅବିର ଖେଳ ମଧ୍ୟ ହୋଇଥାଏ । କରୋନା ଯୋଗୁଁ ଚଳିତ ବର୍ଷ ବାହାରେ ହୋଲି ଖେଳିବା ଉପରେ କଟକଣା ଲଗାଯାଇଛି ।

ନିଜ ନିଜ ଘରେ ରହି ହୋଲି ପାଳିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବାହାରକୁ ଯିବାକୁ ବାରଣ କରାଯିବା ସହ କାହାରିକୁ ସ୍ପର୍ଶ କରିବାକୁ ମନା କରାଯାଇଛି। ଦୂରତା ରକ୍ଷା କରି ହୋଲି ପାଳନ କରିବା, ଭଲ ଭାବେ ସାବୁନରେ ହାତ ଧୋଇବା ଓ ମାସ୍କ ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି ।

ଟ୍ୱିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟରେ ଲେଖିଛନ୍ତି, ହୋଲି ଉପଲକ୍ଷେ ଆପଣ ମାନଙ୍କୁ ଅନେକ ଶୁଭକାମନା । ଆନନ୍ଦ, ଉଦ୍ଦୀପନା, ହର୍ଷ ଓ ଉଲ୍ଲାସର ଏହି ଉତ୍ସବ ପ୍ରତ୍ୟେକଙ୍କ ଜୀବନରେ ନୂଆ ଉତ୍ସାହ ଓ ଶକ୍ତି ସଂଚାର କରୁ ।
ଋଙ୍ଗ ଓ ଆନନ୍ଦର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ରମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର ଡିସିପି କହିଛନ୍ତି, “ବାହାରେ ହୋଲି ଖେଳିବାକୁ ବାରଣ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୫ ପ୍ଲାଟୁନ ଫୋର୍ସ ବିଭିନ୍ନ ଛକ, ଗାଧୁଆ ତୁଠରେ ମୁତୟନ କରାଯାଇଛି। ୨୦ଟି ଗାଡ଼ି ପାଟ୍ରୋଲିଂ ସ୍ଥାନ ଚିହ୍ନଟ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା