Masthead

ଉଜାଡ଼ି ଦେଲେ ବନସ୍ପତି ବନ ପ୍ରକଳ୍ପ

ପଦ୍ମପୁର (ବଡ଼ ଖବର ବ୍ୟୁରୋ): ନୃସିଂହନାଥ ସ୍ଥିତ ପୁରୁଣା ରେଞ୍ଜ ଅଫିସ ମୁଖ୍ୟ ଗେଟରେ ବଡ ବଡ ଅକ୍ଷରରେ ଲିପିବଦ୍ଧ ରହିଛି, ବନସ୍ପତି ବନ ପ୍ରକଳ୍ପ ବା ହର୍ବାଲ ଗାଡେର୍ନ । ଏବଂ ତା ପାଶ୍ୱର୍ରେ ରହିଛି ସୂଚନା ଫଳକ । ଯେଉଁଥିରେ ଜଣାପଡେ ବନସ୍ପତି ବନ ପ୍ରକଳ୍ପର ଇପ୍ଲିମେଣ୍ଟିଙ୍ଗ ଅଫିସ । ନୃସିଂହନାଥ ଫରେଷ୍ଟ ରେଞ୍ଜ ଅଫିସ ବୋଲି । ଯାହାକି ବରଗଡ ଫରେଷ୍ଟ ଡିଭିଜନର ଅଧିନସ୍ଥ । କିଛି ଦିନ ପୂର୍ବରୁ ପ୍ରକଳ୍ପ ଅଧିନସ୍ଥ ହର୍ବାଲ ଗାର୍ଡେନରେ ନିଆଁ ଲଗାଇ ପୋଡି ପାଉଁଶ କରି ଦେଇଥିବାର ଖବର ପାଇ ଆମ୍ଭେ ଘଟଣାସ୍ଥଳକୁ ପହଞ୍ଛିଥିଲୁ । ହର୍ବାଲ ଗାର୍ଡେନର ଦୁର୍ଲଭ ଔଷଧିୟ ବୃକ୍ଷ ଆଉ କିଛି ନାହିଁ । ସବୁ ପୋଡି ପାଉଁଶ ହୋଇ ଯାଇଛି ।

ରେଞ୍ଜର ଗିରିଧାରୀ ପଧାନଙ୍କୁ ପଚାରି ବୁଝିବାରୁ,ସେ କହିଲେ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ପୋଡାଯାଇଛି । ପ୍ରକଳ୍ପର ଖର୍ଚ୍ଚ କେତେ, କେବେଠୁ ଆରମ୍ଭ ହୋଇଥିଲା ତା’ର ସଠିକ ତଥ୍ୟ ଦେଇ ପାରିନଥିଲେ । ବରଂ ଅନୁଦାନ ଆସୁ ନ ଥିବାରୁ, ରକ୍ଷଣାବେକ୍ଷଣ ହୋଇ ପାରୁ ନଥିବାର କହିଥିଲେ । ସେଥିପାଇଁ ପୋଡିଦେଇ ତା ଜାଗାରେ ନର୍ସରୀର ଚାରା କରାଯିବ ବୋଲି କହିଥିଲେ । ଆଶୁତୋଶ ମଲ୍ଲିକ, ଏସିଏଫ ବରଗଡଙ୍କୁ ଯୋଗାଯୋଗ କରିବାରୁ, ସେ କହିଥିଲେ  ବନସ୍ପତି ବନ ପ୍ରକଳ୍ପ ସହିତ ବନ ବିଭାଗର କୌଣସି ସଂପର୍କ ନାହିଁ । ଆମେ ହର୍ବାଲ ଗାର୍ଡେନର କୌଣସି ଔଷଧିୟ ଗଛ ପୋଡି ନାହୁଁ ।

ଔଷଧିୟ ଗଛ କିଛି ନ ଥିଲା । ବନ ପ୍ରକଳ୍ପର ଅବଧି, ଖର୍ଚ୍ଚ ଆଦି ବାବଦରେ କିଛି ତଥ୍ୟ ନରଖି ବରଂ ଅବାନ୍ତର ଯୁକ୍ତି କରିଥିଲେ । ଗେଟ ସମ୍ମୁଖରେ ଥିବା ସୂଚନା ଫଳକରୁ ସ୍ପଷ୍ଟ ଯେ ବନ ପ୍ରକଳ୍ପର ଇପ୍ଲିମେଣ୍ଟିଙ୍ଗ ଅଫିସ ହେଉଛି ନୃସିଂହନାଥ ରେଞ୍ଜ ଅଫିସ । ଏସିଏଫ ମହାଶୟ କାହିଁକି ଭୂଆଁ ବୁଲାଉଛନ୍ତି, ତାହା ସନ୍ଦେହ ଘେରରେ । ନୃସିଂହନାଥ ରେଞ୍ଜ ଅଧିନରେ ରେଞ୍ଜରଙ୍କୁ ମିଶାଇ ୨୮ ଜଣ କର୍ମଚାରୀ ଅଛନ୍ତି । ପ୍ରଶ୍ନ ଉଠେ, ଦୁର୍ଲଭ ହର୍ବାଲ ଗାର୍ଡେନର ସୁରକ୍ଷା ନ କରି କାହିଁକି ପୋଡି ପାଉଁଶ କରି ଦିଆଗଲା ? ବରଗଡ ଡିଏଫଓ କ’ଣ ଏସବୁ ଅବଗତ ? କିଏ ସେ ହାଇଅର ଅଥରିଟି ଯିଏ ଦୁର୍ଲଭ ହର୍ବାଲ ଗାର୍ଡେନକୁ ପୋଡି ଦେବାର ନିର୍ଦ୍ଦେଶ ଦେଲେ ?
ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଔଷଧିୟ ବୃକ୍ଷ ଚିନ୍ହଟ ପ୍ରକ୍ରୀୟା ପାଇଁ, ଏହି ହର୍ବାଲ ଗାର୍ଡେନ ଉପରେ ନିର୍ଭର କରୁଥିଲେ ବୋଲି କହିଛନ୍ତି ଆୟୁର୍ବେଦ ମହାବିଦ୍ୟାଳୟର ପ୍ରଶାସକ ମନୋଜ କୁମାର ତ୍ରିବେଦୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ