Masthead

କଟକଣା ଭିତରେ ଗୁଡ୍ ଫ୍ରାଇଡେ

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): କଟକଣା ଭିତରେ ପାଳନ ହେବ ଗୁଡ୍ ଫ୍ରାଇଡେ । ଗୁଡ୍ ଫ୍ରାଇଡେକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି ହୋଇଛି ସ୍ୱତନ୍ତ୍ର ନିର୍ଦ୍ଦେଶନାମା । ଗୁଡ୍ ଫ୍ରାଇଡେ ପାଳନ ପାଇଁ ସର୍ବଧାରଣ ସ୍ଥାନରେ ଗହଳି ନକରିବାକୁ ଗାଇଡଲାଇନ୍ କୁହାଯାଇଛି । ସେହିପରି ଚର୍ଚ୍ଚ ପରିସରରେ ଏକା ସମୟରେ ସର୍ବାଧିକ ୫୦ ଜଣଙ୍କୁ ଧାର୍ମିକ ପରମ୍ପରା ପାଳନ ପାଇଁ ଅନୁମତି ଦିଆଯାଇଛି ।

ତେବେ ଏଥିପାଇଁ ସାମାଜିକ ଦୂରତା ଏବଂ କୋଭିଡ ନିୟମ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ପର୍ବପାଳନ ସମୟରେ ଚର୍ଚ୍ଚ ପରିସରରେ ସମସ୍ତେ ମାସ୍କ ପିନ୍ଧିବା ପରିଧାନ କରିବା ନେଇ ଚର୍ଚ୍ଚ କର୍ତୃପକ୍ଷ ନିଶ୍ଚିତ କରିବେ । ଏହାସହ ଚର୍ଚ୍ଚ ପରିସରରେ ହାତ ଧୋଇବା ବ୍ୟବସ୍ଥା କିମ୍ବା ହ୍ୟାଣ୍ଡ ସେନିଟାଇଜର ରଖିବା ବ୍ୟବସ୍ଥା କରାଯାଇଛି । ତେବେ କୋଭିଡ ଲକ୍ଷଣ ଥିବା ବ୍ୟକ୍ତି, ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ୧୦ ବର୍ଷରୁ କମ ପିଲାଙ୍କୁ ଗୁଡ୍ ଫ୍ରାଇଡେ ପାଳନରୁ ଦୂରେଇ ରଖିବାକୁ ଏଥିରେ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ