Masthead

ଦିଦି ଦାଦାଙ୍କ ଲଢେଇରେ କିଏ ମାରିବ ବାଜି

କୋଲକାତା(ବଡ଼ ଖବର ବ୍ୟୁରୋ): ବେଙ୍ଗଲରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ସବୁଠାରୁ ଚର୍ଚ୍ଚିତ ଆସନ ନନ୍ଦୀଗ୍ରାମରେ ଲୋକେ ମତାଧିକାର ସାବ୍ୟସ୍ଥ କରିଛନ୍ତି । ଭୋଟିଂ ଡେ’ରେ ବି ମୁହାଁ ମୁହିଁ ହୋଇଥିଲେ ଦିଦି ଆଉ ଦାଦା । କେହି କାହକୁ ଛାଡିବାକୁ ପ୍ରସ୍ତୁତ ନୁହନ୍ତି । ତେବେ ମେ ୨ରେ ଜଣା ପଡିବ କାହାର ହେବ ନନ୍ଦୀଗ୍ରାମ ।

ନନ୍ଦୀଗ୍ରାମରେ ଦିଦି ଭର୍ସେସ ଦାଦା । ବାଜିରେ ଲାଗିଛି ମୁଖ୍ୟମନ୍ତ୍ରୀ ଆସନ, ସମ୍ମାନ । କାହାର ହେବେ ନନ୍ଦୀଗ୍ରାମ ତାହା ମେ ୨ରେ ଜଣାପଡିବ କିନ୍ତୁ ତା ପୂର୍ବରୁ ସେଠାରେ ଏଡି ଚୋଟି କା ଜୋର ଲଗାଇଛନ୍ତି ଉଭୟ ଦଳ । ଗୋଟେ ପଟେ ଦିଦି ଅର୍ଥାତ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ତ ଅନ୍ୟ ପଟେ ଦାଦା ଓରଫ ଶୁଭେନ୍ଦୁ ଅଧିକାରୀ । ଗୋଟିଏ ସମୟ ଥିଲା ଯେତେବେଳେ ଦିଦିଙ୍କ ଡାହାଣ ହାତ ଥିଲେ ଶୁଭେନ୍ଦୁ କିନ୍ତୁ ଆଜି ତାଙ୍କ ସାମ୍ନାରେ ବଡ଼ ଚାଲେଞ୍ଜ ହୋଇଛନ୍ତି । ଆଜି ଭୋଟିଂ ଡେ’ରେ ବି କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନଥିଲେ । ଦିଦି ଟାଇଁ ଟାଇଁ ଖରାରେ ମତଦାନ କେନ୍ଦ୍ରରେ ବସି ରହିଥଲେି । ଏହା ସହ ସେ ମତଦାନ କେନ୍ଦ୍ରରୁ ହିଁ ରାଜ୍ୟପାଳ ଜୟଦୀପ ଧନକରାଙ୍କୁ ଫୋନ କରି ଆଇନର ଉଲ୍ଲଂଘନ ହେଉଥିବା ଅଭିଯୋଗ ମଧ୍ୟ କରିଥିଲେ ।ସେପଟେ ଶୁଭେନ୍ଦୁ ଅଧିକାରୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଜଣେ ବିଜେପି କର୍ମୀଙ୍କୁ ସମସାବାଦର କଂଚନ ନଗର ଅଂଚଳରେ ଆକ୍ରମଣ ହୋଇଛି । ଏହା ସହ ତାଙ୍କ କାରକେଡ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏହା ସହ ଗଣମାଧ୍ୟମ ଗାଡି ଉପରେ ମଧ୍ୟ ଆକ୍ରମଣ ହୋଇଛି । ଶୁଭେନ୍ଦୁ ଆହୁରି ମଧ୍ୟ କହିଛନ୍ତି ରାଜ୍ୟରେ ଜଙ୍ଗଲରାଜ ଚାଲିଛି ।

ଦିଦି ଦାଦାଙ୍କ ଲଡେଇରେ ବାଜି କିଏ ମାରିବ ତାହା ତ ସମୟ କହିବ କିନ୍ତୁ ରାଜନୈତିକ ଆରୋପ ପ୍ରତ୍ୟାରୋପରେ ବେଙ୍ଗଲରେ ଆଗାମୀ ଦିନରେ ନୂଆ ସମୀକରଣ ଦେଖାଦେବ ଏହା ଅନୁମେୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ