Masthead

କୋଟିଆରେ ପୁଣି ଆନ୍ଧ୍ରର ପ୍ରବେଶ

ଶିମିଳିଗୁଡ଼ା (ବଡ଼ ଖବର ବ୍ୟୁରୋ): ଗୋଟିଏ ପଟେ କୋଟିଆରେ ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ସଂଗଠନ ଉତ୍କଳ ଦିବସ ପାଳନ କରି ନିଜ ସ୍ଥିତି ବଜାୟ ରହିଥିବା ପ୍ରଦର୍ଶନ କରୁଥିବାବେଳେ ଏହି ଭିଡ଼ ଭିତରେ ବି ଆନ୍ଧ୍ରପ୍ରଦେଶର ସରକାରୀ କର୍ମଚାରୀ କୋଟିଆରେ ନିଜ ଦମ ଦେଖାଇଛନ୍ତି । ପଂଚାୟତ କାର୍ଯ୍ୟାଳୟର ପାଚେରୀକୁ ଲାଗି ରହିଥିବା ଏକ ଘରେ ଆନ୍ଧ୍ରର ଅଙ୍ଗନବାଡି ଦିଦି ଅସ୍ଥାୟୀ କେନ୍ଦ୍ରରେ ୨୫ ଜଣ ପିଲାଙ୍କୁ ଭାତ ଡାଲି ଅଣ୍ଡା ଆଦି ରନ୍ଧା ଖାଦ୍ୟ ବାଣ୍ଟି ଥିବାବେଳେ ତଳ ଗଂଜେଇପଦର, ସେମ୍ବୀ ଗ୍ରାମରେ ବି ଅଙ୍ଗନବାଡି କେନ୍ଦ୍ର ଆରମ୍ଭ ହେଇଥିବା କହିଛନ୍ତି ।

ସେହିପରି ଆଜି ସକାଳେ ଆନ୍ଧ୍ରର ସ୍ୱେଛାସେବୀ କୋଟିଆ ପଞ୍ଚାୟତ ହେଡକ୍ୱାଟରରେ ପେନସନ ବାଣ୍ଟିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ନେରଡି ବାଲେସରେ ଗ୍ରାମସଭା କରିଛି ଆନ୍ଧ୍ର । ଜଙ୍ଗଲ ଜମିରେ ସ୍ୱତନ୍ତ୍ର ବୃକ୍ଷ ଚାରା ରୋପଣ କରିବାକୁ ଜମି ଚିହ୍ନଟ କରିଛି। ସାଲୁର ମଣ୍ଡଳର ପ୍ରକଳ୍ପ ଅଧିକାରୀ କୁର୍ମାନାଧ, ତହସିଲଦାର କେ. ଶ୍ରୀନିବାସ ଓ ମଣ୍ଡଳ ପରିଷଦ ବିକାଶ ଅଧିକାରୀ ଜି. ପାର୍ବତୀ ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସଂଗୃହିତ ଜଙ୍ଗଲ ଜାତ ଦ୍ରବ୍ୟର ଉଚିତ କିଣା ବିକା କରିବା ସହିତ ଅଧିକ ରୋଜଗାର ପାଇଁ ଯୋଜନା ପ୍ରସ୍ତୁତି ପୂର୍ବକ ପ୍ରସ୍ତାବ ଆହ୍ୱାନ କରିଥିଲେ ।

ସେହିପରି ସାଲୁର ରାଜସ୍ୱ ନିରୀକ୍ଷକ ତଳସେମ୍ବୀ ଓ ଉପରସେମ୍ବୀ ଗସ୍ତ କରିଛନ୍ତି । ସୂଚନା ଥାଉକି କିଛି ଦିନ ଆଗରୁ ଆନ୍ଧ୍ର ପକ୍ଷରୁ ଫାଟୁସିନେରୀ ଓ ଫଗୁଣ ସିନେରୀକୁ ପଞ୍ଚାୟତରେ ପରିଣତ କରାଯାଇଥିଲା । ଜୋର ଜବରଦସ୍ତ ଫୋର୍ସ ଲଗାଯାଇ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ନିଆ ଯାଇଥିଲା । ଏବେ ଏ ସବୁ ପଞ୍ଚାୟତରେ ସ୍ୱତନ୍ତ୍ର କାର୍ଯ୍ୟାଳୟର ନିର୍ମାଣ ଲାଗି ଉଦ୍ୟମ ଆରମ୍ଭ ହଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି