Masthead

ଥାନାବାବୁଙ୍କ ଅଜବ ପରାମର୍ଶ ‘ଗାୟତ୍ରୀ ମନ୍ତ୍ର’ ଜପ କର

ଲକ୍ଷ୍ନୌ (ବଡ଼ ଖବର ): ଅନ୍ଧ ବିଶ୍ବାସରେ ଆଜି ବି ବଞ୍ଚୁଛି ମଣିଷ । ଯୁଗ ଯେତେ ଆଡଭାନ୍ସ ହେଲେ ମଧ୍ୟ ଲୋକଙ୍କ ମନରୁ ଲିଭୁନି ଅନ୍ଧବିଶ୍ବାସର ପ୍ରଥା । ଏଭଳି ପ୍ରଥା ଆପଣେଇଛନ୍ତି ଜଣେ ଶିକ୍ଷିତ ପୋଲିସ ଅଫିସର । ଅଫିସର ଜଣଙ୍କ ଥାନାକୁ ଆସିଥିବା ଜଣେ ଅଭିଯୋଗକାରୀଙ୍କ ଅଭିଯୋଗ ରଖିବା ବଦଳରେ ତାଙ୍କୁ ଗାୟତ୍ରୀ ମନ୍ତ୍ର ଜପ କରିବାକୁ ପରାମର୍ଶ ଦେଇଥିଲେ । ଏଭଳି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ମେରଠ ସ୍ଥିତ ନୌଚନ୍ଦି ଥାନାରେ । ନିଜର ଏପରି ଅଜବ ବ୍ୟବହାର ପାଇଁ ଥାନାଧିକାରୀ ପ୍ରେମଚନ୍ଦ୍ର ଶର୍ମା ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି।

ସୂଚନା ଅନୁସାରେ, ହେମନ୍ତ ଗୋୟଲ ନାମକ ୫୮ ବର୍ଷ ବୟସ୍କ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ସହ ଚାଲିଥିବା ବିବାଦର ସମାଧାନ ନିମନ୍ତେ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । ଥାନା ଅଧିକାରୀ କାର୍ୟ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଗାୟତ୍ରୀ ମନ୍ତ୍ରୀ ଜପ କରିବାକୁ ପରାମର୍ଶ ଦେଇଥିଲେ । କେବଳ ଏତିକି ନୁହେଁ, କହିଲେ, ହରିଦ୍ୱାର ଯାଅ, ତିଲକ ଲଗାଅ। ଏହାବ୍ୟତୀତ ଥାନା ଅଧିକାରୀ ଜଣକ ଉକ୍ତ ବ୍ୟକ୍ତିଙ୍କୁ କାଗଜରେ ଗାୟତ୍ରୀ ମନ୍ତ୍ରୀ ଲେଖିକି ଦେଲେ ଓ ୧୦୮ ଥର ଜପ କରିବାକୁ କହିଲେ। ଥାନା ଅଧିକାରୀଙ୍କ ଏପରି ଅଜବ ବ୍ୟବହାରରେ ଅତିଷ୍ଠ ହୋଇପଡ଼ିଥିବା ବ୍ୟକ୍ତିଜଣକ ନିଜ ଓକିଲଙ୍କ ସହ ଘଟଣା ସମ୍ପର୍କରେ ଆଇଜିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଘଟଣାର ତଦନ୍ତ କରି ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଜି ଆଶ୍ୱାସନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ