Masthead

ନକ୍ସଲ-ସୁରକ୍ଷାକର୍ମୀ ଗୁଳିବିନିମୟ, ୫ ଯବାନ ସହିଦ

ଛତିଶଗଡ଼ (ବଡ଼ ଖବର ବ୍ୟୁରୋ): ଛତିଶଗଡ଼ ବିଜାପୁର ଜିଲ୍ଲାରେ ସୁରକ୍ଷାବାହୀନି ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ । ଏଥିରେ ୫ଜଣ ସୁରକ୍ଷାକର୍ମୀ ସହୀଦ ହୋଇଥିବା ବେଳେ ୧୫ ଯବାନ ଆହତ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ବିଜାପୁର ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ୭୫ କିଲୋମିଟର ଦୂରରେ ଥିବା ସିଲିଗଡ଼ ଗ୍ରାମ ନିକଟ ଜୋନାଗୁଡ଼ା ଜଙ୍ଗଳରେ ନକ୍ସଲମାନେ କ୍ୟାମ୍ପ୍ କରି ରହିଥିବା ଗୁଇନ୍ଦା ବିଭାଗରୁ ସୂଚନା ମିଳିଥିଲା । ଏହାପରେ କୋବ୍ରା ବଟାଲିଅନ୍, ଡିଆରଜି ଓ ସିଆରପିଏଫ ବାହିନୀର ଯବାନମାନେ ମିଳିତ ଭାବେ କୁମ୍ବିଂ ଅପରେସନ କରିଥିଲେ । ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚାଳନା କରିବା ପରେ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ପରସ୍ପର ଗୁଳିବିନିମୟରେ ୫ଜଣ ସୁରକ୍ଷାମକର୍ମୀ ସହୀଦ ହୋଇଥିବା ବେଳେ ୧୫ ଯବାନ ଆହତ ହୋଇଛନ୍ତ।

ସହୀଦ ହୋଇଥିବା ସୌନିକମାନଙ୍କ ମଧ୍ୟରେ ଅଛନ୍ତି ଛତିଶଗଡ଼ର ୨ ପୋଲିସ, ୩ ଜଣ ସିଆରପିଏଫ ଯବାନ ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ୨ ନକ୍ସଲଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି । ଆହତ ଯବାନ ମାନଙ୍କୁ ବାୟୁ ସେନାର ହେଲିକେପ୍ଟର ଓ ୯ଟି ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରାଯାଇଛି । ଏହି ଅପରେଶନ ଦୀର୍ଘ ୫ ଘଣ୍ଟା ଧରି ଜାରି ରହିଥିଲା । ବସ୍ତର ଡିଆଇଜି ସୁନ୍ଦର ରାଜ୍ ଟି ବିଜାପୁରରେ ପହଂଚିଛନ୍ତି । ସୁକମା ଓ ବିଜାପୁରରୁ ଘଟଣାସ୍ଥଳକୁ ଏକ ବ୍ୟାକପ୍ ଫୋର୍ସ ପଠାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼