Masthead

ଲାଗୁ ହୋଇପାରେ ଡେ କର୍ଫ୍ୟୁ !

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ) : ଫେରୁଛି କରୋନା । ଅସମ୍ଭାଳ ହେଉଛି ସ୍ଥିତି । ହୁ ହୁ ହୋଇ ବଢିବାରେ ଲାଗିଛି ଦୈନିକ ସଂକ୍ରମଣ । ୩ ଦିନ ଧରି ୫୦୦ ମୁହାଁ ହୋଇଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଛି। ସ୍ଥିତି ଅଧିକ ବିଗିଡ଼ିବା ଆଶଙ୍କାରେ ସରକାର ସଜାଗ ହୋଇପଡ଼ିଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟରେ ପ୍ରଥମ ଥର ପାଇଁ  ଡେ କର୍ଫ୍ୟୁ ଲାଗୁ ହେଇପାରେ।

ବିଭିନ୍ନ ଅଞ୍ଚଳରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତ୍ତି ନେଇପାରନ୍ତି । ଏନେଇ ଅନୁଧ୍ୟାନ ଚାଲିଥିବା କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସଂକ୍ରମିତଙ୍କ ସଂଖ୍ୟା ବଢିବା କାରଣରୁ ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇସାରିଲାଣି । ଯାହା ୫ ତାରିଖରୁ କାର୍ଯ୍ୟକ୍ଷମ ହେବ । ଏପରିକି ରାଜ୍ୟରେ ଡେ କର୍ଫ୍ୟୁ ମଧ୍ୟ ଲାଗୁ ହୋଇପାରେ । ଦିନ ବେଳା କଟକଣାକୁ ଆହୁରି କଡାକଡି କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ