Masthead

ରାଫେଲ କିଣାରେ ଲାଞ୍ଚ କାରବାର!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବିମାନ କିଣାରେ ହୋଇଛି ଲାଞ୍ଚ କରବାର । କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ । ଏପରି ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି ରାଫେଲ କିଣାକୁ ନେଇ । ରାଫେଲ ଚୁକ୍ତି ନେଇ ପୁଣି ଥରେ ବଢ଼ିଛି ବିବାଦ। ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ୨୦୧୬-୧୭ରେ ହୋଇଥିବା ରାଫେଲ ଚୁକ୍ତିକୁ ନେଇ ଆସିଛି ଏଭଳି କିଛି ସାଂଘାତିକ ତଥ୍ୟ । ରାଫେଲ ତିଆରି କରୁଥିବା କମ୍ପାନୀ ଡାସଲ୍ଟ ଭାରତରର ଜଣେ ମଧ୍ୟସ୍ଥିଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି ।

ଜଣେ ଭାରତୀୟ ମଧ୍ୟସ୍ଥିଙ୍କୁ ପାଖାପାଖି ସାଢ଼େ ୮ କୋଟି ଟଙ୍କା ଉପହାର ଭାବେ ପ୍ରଦାନ କରିଥିବା ଫ୍ରାନ୍ସର ଏକ ପବିକ୍ଲେସନ ଏହା ଦାବି କରିଛି। ଫ୍ରାନ୍ସର ଏକ ଗଣମାଧ୍ୟମ ଏହି ବିଷୟରେ ଖୁଲାସା କରିଛି । ସୂଚନା ମୁତାବକ, ୨୦୧୬ରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଫେଲ୍ ଚୁକ୍ତି ହୋଇଥିଲା । ଏହାପରେ ଡାସଲ୍ଟ ଭାରତରେ ଜଣେ ମଧ୍ୟସ୍ଥିଙ୍କୁ ୧ ମିଲିୟନ ୟୁରୋ ପ୍ରଦାନ କରିଥିଲା । ୨୦୧୭ରେ ଡାସଲ୍ଟ ଗ୍ରୁପ ଆକାଉଣ୍ଟରୁ ୫୦,୮୨୯୫ ୟୁରୋ ଗିଫ୍ଟ ଟୁ କ୍ଲାଏଣ୍ଟସଦ ନାଁରେ ଟ୍ରାନ୍ସଫର ହୋଇଥିଲା । ଆଣ୍ଟି କରପସନ୍ ଏଜେନ୍ସି ଏଏଫଏ ଡାସଲ୍ଟ କମ୍ପାନୀ ଖାତାର ଅଡିଟ୍ କରିବା ବେଳେ ଏହି ଘଟଣାର ଖୁଲାସା ହୋଇଥିଲା ବୋଲି ଫ୍ରାନ୍ସର ଏକ ପବ୍ଲିକେସନ ‘ମିଡ଼ିଆପୋର୍ଟ’ ନିଜର ଏକ ରିପୋର୍ଟରେ ଦାବି କରିଛି ।

ସେପଟେ ଏହି ଘଟଣାର ଖୁଲାସା ପରେ ଡାସଲ୍ଟ ସଫେଇ ଦେଇଛି ଯେ, ଟଙ୍କାର ବ୍ୟବହାର ରାଫେଲର ୫୦ଟି ଲଢୁଆ ବିମାନ ମଡେଲ ତିଆରି ପାଇଁ ହୋଇଥିଲା । କିନ୍ତୁ ପ୍ରକୃତରେ ଏପରି କୌଣସି ମଡେଲ ତିଆରି ହୋଇନାହିଁ । ଏହି ଘଟଣା ସାମ୍ନାକୁ ଆସିବା ପରେ ମଧ୍ୟ ଏଜେନ୍ସି ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା ବୋଲି ରିପୋର୍ଟରେ କୁହାଯାଇଛି। ସୂଚନାଯୋଗ୍ୟ, ୨୦୧୬ରେ ଭାରତ ସରକାର ଫ୍ରାନ୍ସଠାରୁ ୩୬ଟି ରାଫେଲ ବିମାନ କ୍ରୟ ପାଇଁ ଚୁକ୍ତି କରିଥିଲେ । ଏହାମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୨ଟି ବିମାନ ଭାରତ ପାଇସାରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି