Masthead

ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ମହିଳା କ୍ରିକେଟ୍ ଟିମ୍‌ର ବଡ଼ ସଫଳତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା କ୍ରିକେଟ୍ ଦଳର ଚମତ୍କାର ପ୍ରଦର୍ଶନ। ଫାଇନାଲ୍ ମୁକାବିଲାରେ ଶ୍ରୀଲଙ୍କାକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାତେଇଛି ଟିମ୍ ଇଣ୍ଡିଆ। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଖେଳିଥିବା ଭାରତୀୟ ଦଳ ୧୪୭ ରନ୍‌ରେ ଶ୍ରୀଲଙ୍କାକୁ ବିରାଟ ବ୍ୟବଧାନରେ ହରାଇଛି । ମ୍ୟାଚ୍‌ରେ ଟସ୍ ପରେ ପ୍ରଥମେ ବ୍ୟାଟିଂ କରିଥିଲା ଭାରତ। ଭାରତୀୟ ବ୍ୟାଟର୍‌ମାନଙ୍କ ଦମଦାର ପ୍ରଦର୍ଶନ ବଳରେ ଦଳ ଶ୍ରୀଲଙ୍କା ସାମ୍ନାରେ ୨୧୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା।

ବଡ଼ ଟାର୍ଗେଟର ପିଛା କରିବାକୁ ଓହ୍ଲାଇଥିବା ଶ୍ରୀଲଙ୍କା ଦଳ ଭାରତୀୟ ବୋଲରଙ୍କ ସାମ୍ନାରେ ତିଷ୍ଠି ପାରିନଥିଲା। ନିୟମିତ ବ୍ୟବଧାନରେ ୱିକେଟ୍ ହରାଇବାରୁ ଶ୍ରୀଲଙ୍କା ଲକ୍ଷ୍ୟଠାରୁ ବହୁ ଦୂରରେ ଅଟକି ଯାଇଥିଲା। ଫଳରେ ଭାରତ ୧୪୭ ରନ୍‌ର ବିଶାଳ ବ୍ୟବଧାନରେ ଫାଇନାଲ୍ ଜିତି ସ୍ବର୍ଣ୍ଣ ପଦକ ନିଜ ନାଁରେ କରିଛି। ଭାରତର ଇନିଂସକୁ ବଡ଼ ସ୍କୋରରେ ପହଞ୍ଚାଇବାରେ ସ୍ମୃତି ମନ୍ଧାନାଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ମାତ୍ର ୪୫ଟି ବଲ୍‌ର ସାମ୍ନା କରି ସେ ୭୯ ରନ୍‌ର ଆକର୍ଷଣୀୟ ପାଳି ଖେଳିଥିଲେ। ଅନ୍ୟପଟେ ଅଧିନାୟକ ହରମନପ୍ରୀତ କୌର ୧୭ଟି ବଲ୍‌ରୁ ୧୯ ରନ୍‌ କରିଥିଲେ।

ଇନିଂସର ଶେଷ ଭାଗରେ ରିଚା ଘୋଷଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଥିଲା ଧୁଆଁଧାର ବ୍ୟାଟିଂ। ମାତ୍ର ୨୨ଟି ବଲ୍‌ରେ ୪୯ ରନ୍‌ କରି ସେ ଅପରାଜିତ ରହିଥିଲେ। ତାଙ୍କର ଏହି ବିସ୍ଫୋରକ ପାଳି ଭାରତର ସ୍କୋରକୁ ବଡ଼ ଟାର୍ଗେଟ୍‌ରେ ପହଞ୍ଚାଇବାରେ ସହାୟକ ହୋଇଥିଲା।୨୧୮ ରନ୍‌ର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ଦଳକୁ କିନ୍ତୁ ଆରମ୍ଭରୁ ଝଟକା ଲାଗିଥିଲା। ଭାରତୀୟ ବୋଲରମାନେ ଚାପ ସୃଷ୍ଟି କରିବା ସହ ଶ୍ରୀଲଙ୍କା ବ୍ୟାଟର୍‌ମାନଙ୍କୁ ଖୋଲା ହାତରେ ଖେଳିବାର ସୁଯୋଗ ଦେଇନଥିଲେ।

ଫଳରେ ମାତ୍ର ୧୫.୪ ଓଭରରେ ଶ୍ରୀଲଙ୍କାର ସମସ୍ତ ୱିକେଟ୍‌ର ପତନ ଘଟିଥିଲା। ପୂରା ଟିମ୍‌ ୬୯ ରନ୍‌ରେ ସୀମିତ ହୋଇଯିବାରୁ ଭାରତ ଏକ ବଡ଼ ବ୍ୟବଧାନରେ ବିଜୟ ହାସଲ କରି ସ୍ବର୍ଣ୍ଣ ପଦକ ନିଜ ନାଁରେ କରିଥିଲା। ଏହି ସ୍ବର୍ଣ୍ଣ ପଦକ ସହ ଏଯାବତ୍‌ ଭାରତର ପଦକ ସଂଖ୍ୟା ୭ରେ ପହଞ୍ଚିଛି। ଭାରତୀୟ ଖାତାରେ ୧ଟି ସ୍ବର୍ଣ୍ଣ, ୪ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ରହିଛି। ମହିଳା କ୍ରିକେଟ୍‌ ଟିମ୍‌ର ଏହି ସଫଳତାକୁ ନେଇ ଦେଶର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ଏସୀୟ କ୍ରୀଡ଼ାରେ ଭାରତର ପଦକ ଅଭିଯାନ ଆଗକୁ ଆହୁରି ଭଲ ହେବ ବୋଲି ଆଶା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ୫ ଦଫା ଦାବିରେ ଗୁଡାରି ବନ୍ଦ,  ୧୨ ଘଣ୍ଟିଆ ବନ୍ଦରେ ଜନଜୀବନ ପ୍ରଭାବିତ   🔴 ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ମହିଳା କ୍ରିକେଟ୍ ଟିମ୍‌ର ବଡ଼ ସଫଳତା 🔴 PEOଙ୍କ ଘରୁ ମିଳିଲାଣି ୨ଲକ୍ଷ ୯୮ ହଜାର ଟଙ୍କା 🔴 ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ଟିମ୍, ୧୨୦୦ କେଜି ଗଞ୍ଜେଇ ଜବତ  🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଗଭୀର ଅବପାତ ନେଇ IMDର ବଡ଼ ସୂଚନା, ୨୩ ରାତିରେ ଉପକୂଳ ଛୁଇଁବ   🔴 ୫ ଦଫା ଦାବିରେ ଗୁଡାରି ବନ୍ଦ,  ୧୨ ଘଣ୍ଟିଆ ବନ୍ଦରେ ଜନଜୀବନ ପ୍ରଭାବିତ   🔴 ଏସୀୟ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ମହିଳା କ୍ରିକେଟ୍ ଟିମ୍‌ର ବଡ଼ ସଫଳତା 🔴 PEOଙ୍କ ଘରୁ ମିଳିଲାଣି ୨ଲକ୍ଷ ୯୮ ହଜାର ଟଙ୍କା 🔴 ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ଟିମ୍, ୧୨୦୦ କେଜି ଗଞ୍ଜେଇ ଜବତ  🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି