ଚଣ୍ଡିଖୋଲରେ ହେବ ଦେଶର ସବୁଠାରୁ ବଡ଼ ପେଟ୍ରୋଲିୟମ ରିଜର୍ଭର

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ହେବ ଦେଶର ସବୁଠାରୁ ବଡ଼ ପେଟ୍ରୋଲିୟମ ରିଜର୍ଭର । ୧୦ ହଜାର କୋଟି ଟଙ୍କା ବ୍ୟୟରେ ଚଣ୍ଡିଖୋଲରେ ହେବ ଦେଶର ସବୁଠୁ ବଡ଼ ପେଟ୍ରୋଲିୟମ ରିଜର୍ଭର। ସାମ୍ବାଦିକ ସମ୍ମିଳନୀରେ ଏ ସର୍ମ୍ପକରେ ସୂଚନା ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ସଚିବ ତରୁଣ କପୁର। ସେହିପରି ଉତ୍ପାଦନ କ୍ଷମତା ବୃଦ୍ଧି ସହ ପାରାଦୀପ ରିଫାଇନାରୀର ସଂପ୍ରସାରଣ ହେବା ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି। ଏହାର କ୍ଷମତା ୧୫ ରୁ ୨୫ ମିଲିଅନ୍ ଟନ୍‌ ବୃଦ୍ଧି ପାଇବ । ଆସନ୍ତା ୬ ବର୍ଷରେ ପ୍ରକଳ୍ପ କାମ ସରିବ ।

ରିଫାଇନାରୀର ସଂପ୍ରସାରଣ କାମ ଚଣ୍ଡିଖୋଲରେ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭର ପ୍ରତିଷ୍ଠା ହେବା ନେଇ ସୂଚନା ଦେଇ ସେ କହିଛନ୍ତି ୪୦୦ ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପ ଦେଶର ସବୁଠୁ ବଡ଼ ପେଟ୍ରୋଲିୟମ ଷ୍ଟୋରେଜ୍ ପ୍ରକଳ୍ପ ହେବ। ସେହିପରି ରାଜ୍ୟରେ ୨୦୦ ଟି ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ ପାଇଁ ଯୋଜନା ଏବଂ ପ୍ରତି ଘରକୁ ଗ୍ୟାସ ସଂଯୋଗୀକରରଣ ଲକ୍ଷ୍ୟକୁ ବ୍ୟାପକ କରାଯିବ ବୋଲି କହିଛନ୍ତି ସଚିବ। ପେଟ୍ରୋଲିୟମ ମନ୍ତ୍ରଣାଳୟ ଅଧୀନରେ ଓଡ଼ିଶାରେ ୨୫ଟି ପ୍ରକଳ୍ପରେ ନିବେଶ ହୋଇଛି ୪୩ ହକାର ୩୨୨ କୋଟି ଟଙ୍କା। ଆଉ ୭୭ ହଜାର ୩୨୧ କୋଟି ଟଙ୍କାର ୩୪ଟି ପ୍ରକଳ୍ପ କାମ ଚାଲିଥିବା ମଧ୍ୟ ସେ ସୂଚନା ଦେଇଛନ୍ତି। ୯୨ ହଜାର ୫୫୬ କୋଟି ଟଙ୍କା ବ୍ୟୟରେ ଆଉ ୧୦ଟି ବଡ଼ ପ୍ରକଳ୍ପ ଆସିବା ନେଇ ମଧ୍ୟ ପେଟ୍ରୋଲିୟମ ସଚିବ ସୂଚନା ଦେଇଛନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ