Before Header

ତପୁଙ୍କୁ ଇକମୋ ଚିକିତ୍ସା ପାଇଁ ସରକାରଙ୍କୁ ନିବେଦନ

0 451

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଲିଉଡର ପ୍ରସିଦ୍ଧ କଣ୍ଠ ଶିଳ୍ପୀ ତପୁ ମିଶ୍ର କରୋନା ପଜିଟିଭ ହୋଇ ଦୀର୍ଘଦିନ ହେଲା ଚିକିତ୍ସିତ ହେଉଛନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି । ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗରୁତର ଥିବା ଜଣାପଡିଛି । ଯାହାକୁ ନେଇ ଓଲିଉଡର କଳାକାରମାନେ ଦୁଃଖ ପ୍ରକାଶ କରିଛନ୍ତି ।

ତପୁଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁ ନ ଥିବା ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ତାଙ୍କୁ ଯଦି ଇକମୋ ଚିକିତ୍ସା ଯୋଗାଇ ଦିଆଯାଏ, ତେବେ କରୋନାରୁ ସୁସ୍ଥ ହୋଇ ପାରନ୍ତି ବୋଲି ମେଡିକାଲ କତୃପକ୍ଷ କହିଛନ୍ତି । ଓଲିଉଡର କଳାକାରଙ୍କ ପକ୍ଷରୁ ତପୁଙ୍କୁ ଇକମୋ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ନିବେଦ କରିଛନ୍ତି ।

Leave A Reply

Your email address will not be published.