Masthead

ମାଟି ଅତଡା ଖସି ଜଣେ ଶ୍ରମିକ ମୃତ, ଅଳ୍ପକେ ବର୍ତ୍ତିଲେ ୪ ଶ୍ରମିକ

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): କାମାକ୍ଷାନଗର ଅର୍ନ୍ତଗତ ଆଳତୁମା ଗାଁରେ ନିର୍ମାଣଧୀନ କୂଅରୁ ଦୀର୍ଘ ୫ ଘଣ୍ଟାର ଉଦ୍ୟମ ପରେ ଜଣେ ଶ୍ରମିକଙ୍କୁ ମାଟି ଭିତରୁ ଉଦ୍ଧାର କରାଯାଇଛି । ମୃତ ଶ୍ରମିକ ଜଣଙ୍କ କାମାକ୍ଷାନଗର ଏନଏସି ଅନ୍ତର୍ଗତ ଦିଗୋଡିଆ ସାହିର ଧୂଳିଆ ମଲ୍ଲିକ । ସୂଚନା ଅନୁଯାୟୀ, ଧୂଳିଆ ନିଜର ୪ଜଣ ସହଯୋଗୀ ଶ୍ରମିକଙ୍କ ସହିତ ଆଳତୁମା ଗାଁ ପାଖ ରେଲୱେ ଷ୍ଟେସନ ରୋଡ଼ ପାର୍ଶ୍ବରେ ଥିବା ସାରଙ୍ଗଧର ପରିଡାଙ୍କ ଘର ପାଖରେ ଥିବା ଏକ କୂଅରେ ନନ୍ଦ ବସାଉଥିଲେ ।

ହଠାତ ମାଟି ଅତଡା ଖସି ପଡିବାରୁ ଧୂଳିଆ ମାଟି ଭିତରେ ଫସି ଯାଇଥିଲେ । ଅଳ୍ପକେ ଅନ୍ୟ ୪ ଜଣ ଶ୍ରମିକ ବର୍ତ୍ତି ଯାଇଥିଲେ। ଖବର ପାଇ ଘଟଣା ସ୍ଥଳରେ କାମାକ୍ଷାନଗର ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଏକ ଜେସିବି ମେସିନ ସାହାର୍ୟ୍ୟରେ ମାଟି ଭିତରୁ ଧୂଳିଆଙ୍କ ମୃତ ଦେହ ଉଦ୍ଧାର କରିଥିଲେ ।ଏକ ଟନେଲ ଖୋଳା ଯାଇ ଦୀର୍ଘ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଥିଲା । ମୃତଦେହକୁ ଉଦ୍ଧାର ପରେ ଶବ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ଏ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..