Before Header

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଲାଠି ଚାର୍ଜ

0 28

ସମ୍ବଲପୁର (ବଡ ଖବର ବ୍ୟୁରୋ) : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଲାଠି ଚାର୍ଜ । ପୋଲିସ ଓ ଛାତ୍ର କଂଗ୍ରେସର ସଦସ୍ୟ ମୁହାଁମୁହିଁ । ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠି ଚାର୍ଜ କରିଥିଲା ।

ସୂଚନାନୁଯାୟୀ, ଅନଲାଇନ ପରୀକ୍ଷା କରିବା ପାଇଁ ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଛାତ୍ର କଂଗ୍ରେସ ଭେଟିବାକୁ ଆସିଥିଲା। କିନ୍ତୁ ଅନଲାଇନ୍ ପରୀକ୍ଷା ସ୍ଥିତି ଦେଖିକି କରିବାକୁ କୁଳପତି କହିଥିଲେ। ଛାତ୍ର କଂଗ୍ରେସ ର କର୍ମକର୍ତ୍ତା କୁଳପତିଙ୍କ କଥାକୁ ବିରୋଧ କରି ବିଶ୍ଵବିଦ୍ୟାଳୟର ବିଭିନ୍ନ ଜିନିଷ ଭାଙ୍ଗିଥିଲା। ଯାହା ଫଳରେ ପୋଲିସ ଓ ଛାତ୍ର ମୁହାଁ ମୁହିଁ ହୋଇଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଥିଲା। ଏଥିରେ ପ୍ରାୟ ୨୫ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କୁ ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.