Masthead

ଅପହୃତ ଯବାନଙ୍କୁ ଉଦ୍ଧାର କରିବେ ସୋନି ସୋରୀ

ବିଜାପୁର (ବଡ଼ ଖବର ବ୍ୟୁରୋ): ଛତିଶଗଡ଼ର ପାର୍ବତ୍ୟାଞ୍ଚଳରେ ନକ୍ସଲଙ୍କ କାର୍ଯ୍ୟକଳାପ ଜାରି ରହିଛି । କେତେବେଳେ ନକ୍ସଲଙ୍କ ଆକ୍ରମଣରେ ସାଧାରଣ ଲୋକଙ୍କ ଜୀବନ ଯାଉଛି ତ ଆଉ କେତେବେଳେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ହେଉଛି । ନିକଟରେ ଛତିଶଗଡ ବିଜାପୁର ମାଓ ଆକ୍ରମଣରେ ୨୩ ଯବାନ ଶହୀଦ ହୋଇଥିବାବେଳେ ଏବେବି ନକ୍ସଲଙ୍କ କବଜାରେ ରହିଛନ୍ତି ସିଆରପିଏଫ ଯବାନ ରାଜେଶ୍ୱର ସିଂ ।

ମାଓ କ୍ୟାମ୍ପରେ ବନ୍ଦୀ ରହିଥିବା ରାଜେଶ୍ୱରଙ୍କୁ ମୁକୁଳେଇବା ପାଇଁ ମାଓବାଦୀଙ୍କୁ ନିବେଦନ କରିବେ ସୋନି ସୋରୀ । ୭ ଜଣିଆ ଟିମ ସହ ଆଜି ମାଓ ଇଲାକା ଯିବେ ବୋଲି ସୂଚନା ଦେଇଛନ୍ତି ସୋନି ସୋରୀ। ସୋନି ସୋରୀ ପ୍ରେସ ବିଜ୍ଞପ୍ତି ଜରିଆରେ ଏଭଳି ସୂଚନା ଦେବା ପରେ ମାଓବାଦୀଙ୍କ ପକ୍ଷରୁ ଏକ ପ୍ରେସ ଇସ୍ତାହର ଜାରି କରାଯାଇଛି । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟ ନେଇ ସୂଚନା ଦେଇଛି ମାଓବାଦୀ ସଂଗଠନ ।

ତେବେ ବର୍ତ୍ତମାନ ସମୟରେ ଉପୁଜିଥିବା ପରିସ୍ଥିତିର ସମାଧାନ ପାଇଁ ସରକାର ମଧ୍ୟସ୍ଥିଙ୍କ ନାଁ ଘୋଷଣା କଲେ ସିଆରପିଏଫ ଯବାନଙ୍କୁ ଛାଡି ଦିଆଯିବ ବୋଲି ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ସୂଚନା ଦେଇଛି । ବସ୍ତର ଜିଲ୍ଲାର ଜଣାଶୁଣା ମାନବାଧିକାର କର୍ମୀ ସୋନି ସୋରୀ । ୧୯୭୫ରେ ଜନ୍ମିତ ସୋନି ଆଦିବାସୀ ସ୍କୁଲରେ ଶିକ୍ଷକତା କରୁଥିଲେ । ପରେ ସେ ଆମଆଦମୀ ପାର୍ଟିରେ ଯୋଗଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି