Masthead

ରାଜଧାନୀରେ କଙ୍ଗାରୁ କୋର୍ଟ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀରେ କଙ୍ଗାରୁ କୋର୍ଟ । ଏ ଦୃଶ୍ୟ କୌଣସି ଉପାନ୍ତ ଅଂଚଳରେ ନୁହେଁ, ଖୋଦ୍ ରାଜଧାନୀ ଉପକଣ୍ଠରେ ଦେଖିବା ପାଇଁ ମିଳିଛି । ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଫାଣ୍ଡି ଅଧୀନ ପାଣିଓଳା ଗ୍ରାମକୁ ଦେଶୀ ମଦ ବିକ୍ରି କରିବାକୁ ଆସିଥିଲେ ଜଣେ ମହିଳା ଓ ୩ ଯୁବକ । ସେମାନଙ୍କୁ ଗାଁ ଦାଣ୍ଡରେ ବାନ୍ଧିଛନ୍ତି ପାଣିଓଳା ଗ୍ରାମବାସୀ । ଦୀର୍ଘଦିନ ହେବ ସେମାନେ ମେଣ୍ଢାଶାଳ ଫାଣ୍ଡି ଅଞ୍ଚଳରେ ମଦ ବିକ୍ରି କରୁଥିଲେ ।

ପାଣିଓଳା ଗାଁର ଲୋକେ ଆଜି ସେମାନଙ୍କୁ କାବୁ କରିଛନ୍ତି । ଦେଶୀ ମଦ ସହ ଏହି ବେପାରୀମାନଙ୍କୁ ଧରି ଦୌଡ଼ିରେ ବାନ୍ଧିଥିଲେ । ଫୁଲ୍ ଦେଶୀ ମଦ ବ୍ଲାଡର ସହ ଗାଁଦାଣ୍ଡରେ ବାନ୍ଧି ବୁଲାଇଥିଲେ । ଗାଁ ଲୋକେ ଆଇନକୁ ହାତକୁ ନେଇ ସେମାନଙ୍କୁ ର୍ନିଧୁମ ଛେଚିଥିଲେ । ପରେ ଗାଁ ଲୋକେ ସେମାନଙ୍କୁ ଚନ୍ଦକା ପୋଲିସ ଜିମା ଦେଇଥିଲେ । ଏହି ମଦ ବେପାରୀମାନେ ଡମପଡା, ପଳାଶପୁର, ପାଣିଓଳା ଅଞ୍ଚଳର ବୋଲି ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ