Masthead

କାଠଗଣ୍ଡିରେ ଯିବା ସମୟରେ ଖସି ପଡି ଭାସି ଗଲେ ବୃଦ୍ଧ

ପୋଲ ନଥିବା ଯୋଗୁଁ ଘଟିଲା ଅଭାବନୀୟ ଘଟଣା

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ଗ୍ରାମପଂଚାୟତ ଅନ୍ତର୍ଗତ ସୁନାପାଙ୍ଗା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଖଡଗ ନଦୀ ଉପରେ ଥିବା ଏକ କାଠଗଣ୍ଡି ଦେଇ ନଦୀ ପାର ହେବା ସମୟରେ ଜଣେ ୬୦ ବର୍ଷର ବୃଦ୍ଧ ଖସି ଯାଇ ନଦୀରେ ନିଖୋଜ ଥିବା ଦେଖିବାକୁ ମିଳିଛି । ବୃଦ୍ଧ ଜଣକ ହେଲେ ସୁନାପାଙ୍ଗା ଗ୍ରାମର ବିସିକେସନ ନାୟକ(୬୦) । । ନିଖୋଜ ହେବା ପରେ ଗ୍ରାମର କିଛି ଯୁବକ ନଦୀରେ ଯାଇ ଖୋଜାଖୋଜି କରିଥିବା ବେଳେ ନପାଇବାରୁ ଦାରିଙ୍ଗବାଡ଼ି ଦମକଳ ବିଭାଗ କୁ ସୂଚନା ଦେଇଥିଲେ । ଦମକଳ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ବହୁଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ପତାପାଇନଥିଲେ । ନଦୀରେ ୧୫ ରୁ ୨୦ ଫୁଟ ପାଣି ଯାଉଥିବା ରୁ ଖୋଜାଖୋଜି ସମ୍ଭବ ହୋଇନଥିଲା । ସୂଚନା ଯୋଗ୍ୟ କି ଦଡ଼ିକ୍ଲିଉ ଓ ସୁନାପାଙ୍ଗାର ୬୦ ପରିବାର ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ବେଳେ ଗାଁ କୁ ଗମନାଗମନ ପାଇଁ କରିବା ପାଇଁ ରାସ୍ତାଘାଟ ନଥିବା ବେଳେ ରାସ୍ତାଦେଇ ଯାଇଥିବା ଖଡ୍ଗନଦୀ ଉପରେ କୌଣସି ପୋଲ ନାହିଁ । ପୋଲ ନିର୍ମାଣ ନେଇ ଗ୍ରାମବାସୀ ବହୁବାର ସ୍ଥାନୀୟ ପ୍ରଶାସନ ଠାରେ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଉକ୍ତ ନଦୀ ଉପରେ ଆଜି ପର୍ଯ୍ୟନ୍ତ କୌଣସି ପୋଲ ନିର୍ମାଣ ନହେବାରୁ ଲୋକେ ବାଧ୍ୟ ହୋଇ କାଠଗଣ୍ଡି ଓ ତାର ଉପରେ ଯିବା ଆସିବା କରନ୍ତି । ଏଭଳିକି କିଛି ବିଗତ ଦିନ ମାନଙ୍କରେ ବହୁ ଲୋକ କାଠଗଣ୍ଡି ଦେଇ ଯିବା ଆସିବା କରିବା ବେଳେ ମରଣ ମୁହଁରୁ ଉଦ୍ଧାର ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରଶାସନ ପକ୍ଷରୁ କୌଣସି ପୋଲ ନିର୍ମାଣ ନହେବାରୁ ଆଜି ଏଭଳି ଘଟଣା ଘଟିଥିବା ଗ୍ରାମବାସୀ
ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ