Masthead

ବହୁ ଚର୍ଚ୍ଚିତ ବାଲିକୁମାଗାଁ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ପ୍ରକାଶ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବାଲିକୁମା ଗାଁରେ ୨୦୧୭ ମସିହା ଜୁନ ମାସରେ ହୋଇଥିବା ବହୁ ଚର୍ଚ୍ଚିତ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି । ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତ ହରି ପାତ୍ର ,ରଘୁ ଲୁହାର ,ଆନନ୍ଦ ପାତ୍ର ଓ ସୁଦର୍ଶନ ଲୁହାରକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମାନ୍ୟବର ସତ୍ୟ ନାରାୟଣ ପାତ୍ର । ଆଇପିସି ଧାରା ୪୫୦ ,୩୭୬ଡ଼ି ,୩୦୨ ,୧୨୦(ବି) ରେ ମାମଲା ରୁଜୁ ହୋଇଛି ।ଦଫା ୩୦୨ ଅନୁଯାୟୀ ଆଜୀବନ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମନା ଏବଂ ଅର୍ଥ ଅନାଦେୟ ୧ ବର୍ଷ କାରାଦଣ୍ଡ । ଦଫା ୪୫୦ ଅନୁଯାୟୀ ୩ ବର୍ଷ କାରାଦଣ୍ଡ ଓ ୨ ହଜାର ଟଙ୍କା ଜରିମନା । ଅର୍ଥ ଅନାଦେୟ ଏକ ମାସ ଅଧିକ କାରାଦଣ୍ଡ । ସେହିପରି ଦଫା ୩୭୬ଡି ଅନୁଯାୟୀ ବଞ୍ଚିଥିବା ପର୍ଯ୍ୟନ୍ତ ଜେଲ ଓ ୨୦ ହଜାର ଟଙ୍କା ଜରିମାନା । ଜରିମନା ଅନାଦେୟ ୧ ବର୍ଷ ଅତିରିକ୍ତ କାରାଦଣ୍ଡ । ଦଫା ୧୨୦ (ବି ) ଅନୁଯାୟୀ ୩ ବର୍ଷ ଜେଲ ଓ ୨ ହଜାର ଟଙ୍କା ଜରିମନା । ଜରିମନା ଅନଦେୟ ୨ ମାସ କାରାଦଣ୍ଡରେ ରହିବା ପାଇଁ ଜିଲ୍ଲା ଅତିରିକ୍ତ ଦୌରାଜଜ୍ ଶୁଣାଣି ପ୍ରକାଶ କରିଛନ୍ତି । ସୂଚନା ଅନୁଯାୟୀ ,୨୦୧୭ ମସିହା ଜୁନ ମାସ ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ବାଲିକୁମା ଗାଁର ବିଧବା ମହିଳା ଦୟମଣି ପାତ୍ରଙ୍କ ରୋଷେଇ ଘରେ ସେହି ଗ୍ରାମର ହରି ପାତ୍ର ଓ ରଘୁ ଲୁହାର ଦୁଷ୍କର୍ମ କରିବା ସହ ମହିଳାଙ୍କ ଯୌନାଙ୍ଗରେ ଏକ ରୁଟି ତିଆରି ତାୱାର ବେଣ୍ଟ ଏବଂ ଏକ ରାଡ଼କୁ ଭର୍ତ୍ତି କରିଦେଇ ମାରି ଦେଇଥିଲେ । ଏହି କାର୍ଯ୍ୟରେ ଗ୍ରାମର ଆନନ୍ଦ ପାତ୍ର ଓ ସୁଦର୍ଶନ ଲୁହାର ସହଯୋଗ କରିଥିଲେ । ଘରର ଛାତ ଉପରେ ଶୋଇଥିବା ଦୟମଣିର ୧୨ ବର୍ଷୀୟ ସାନପୁଅ ଭୀମସେନ ପାତ୍ର ଚିତ୍କାର ଶୁଣି ତଳକୁ ଆସିଥିଲେ । ଏବଂ ମାଆର ରକ୍ତ ଜୁଡୁବୁଡୁ ଅବସ୍ଥା ଦେଖି ଗାଁରେ ରହୁଥିବା ବଡ଼ ଭାଇ ଯୁଗଳ ପାତ୍ରଙ୍କ ଶାଶୁ ବାଲି ପାତ୍ର ଓ ହରି ପାତ୍ରକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପରେ ତାପର ଦିନ ସକାଳେ ଦୟମଣିଙ୍କ ବଡ଼ପୁଅ ଯିଏକି କଟକରେ ରହୁଥିଲେ । ସେ ଆସି କଙ୍କଡ଼ାହାଡ଼ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ କେନ୍ଦ୍ରକରି କଙ୍କଡ଼ାହାଡ଼ ଥାନା ଅଧିକାରୀ ସୁବାଷ ଚନ୍ଦ୍ର ପଣ୍ଡା ଥାନାରେ କେସ ନଂ ୩୨/୧୭ ରେ ଏକ କେସ ରୁଜୁ କରି ୪ ଅଭିଯୁକ୍ତକୁ ଗିରଫ କରିଥିଲେ । ତେବେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ୧୯ ଜଣ ସାକ୍ଷୀ ,ସାଇଣ୍ଟିଫିକ ଟିମର ରିପୋର୍ଟ ,ଡାକ୍ତରୀ ରିପୋର୍ଟ ଓ ଅନ୍ୟାନ୍ୟ ଦସ୍ତାବିଜକୁ ଆଖି ଆଗରେ ରଖି ଆଜି ରାୟ ପ୍ରକାଶ କରିଥିଲେ । ଏଥିରେ ଜିଲ୍ଲା ପିପି ଗଣେଶ କୁମାର ବେହେରା କେସ ପରିଚାଳନା କରୁଥିବା ବେଳେ ଅତିରିକ୍ତ ପିପି ଭାବରେ ଦେବରାଜ ବେହେରା ଓ ସୂର୍ଯ୍ୟନାରାୟଣ ସାହୁ ସହଯୋଗ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ