ବିଜାପୁରରେ ପୁଣି ଲାଲ ଆତଙ୍କ

ବିଜାପୁର (ବଡ଼ ଖବର ବ୍ୟୁରୋ): ଛତିଶଗଡ ବିଜାପୁରରେ ପୁଣି ଲାଲ ଆତଙ୍କ । ପୋଲିସ ଇନଫରମର ସନ୍ଦେହରେ ୩ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରିନେଇଥିବା ସୂଚନା ମିଳିଛି । ଛତିଶଗଡ ବିଜାପୁର ୱେଡେଙ୍ଗେଲ ଥାନା କଙ୍କନାର ଗାଁରୁ ଗତ ରାତିରେ ଏହି ୩ ଜଣ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଅପହରଣ କରିନେଇଛନ୍ତି । ତେବେ ନକ୍ସଲମାନେ କାହିଁକି ସେମାନଙ୍କୁ ଅପହରଣ କରି ନେଇଛନ୍ତି ତାହାର ପ୍ରକୃତ କାରଣ ଜଣାପଡ଼ିନାହିଁ ।

ନକ୍ସଲମାନେ ସେମାନଙ୍କୁ କାହିଁକି ଅପହରଣ କଲେ, କେଉଁଠିକି ନେଇଛନ୍ତି ସେ ନେଇ ସବିଶେଷ ତଥ୍ୟ ମିଳିନାହିଁ। ଯାହାକୁ ନେଇ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ବିଜାପୁରରେ ଏପ୍ରିଲ ୩ରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିଲେ। ଏହାପରେ କୋବ୍ରା କମାଣ୍ଡୋ ରାକେଶ୍ୱର ସିଂହ ମାନହାସଙ୍କୁ ପଣବନ୍ଦୀ କରିଥିଲେ ମାଓବାଦୀ। ଆଉ ୬ ଦିନ ପରେ ଗୁରୁବାର ମାଓବାଦୀମାନେ ତାଙ୍କୁ ଛାଡ଼ିଥିଲେ।

ରାକେଶ୍ୱରଙ୍କୁ ମୁକୁଳାଇବା ପାଇଁ ସରକାର ପଦ୍ମଶ୍ରୀ ଧର୍ମପାଲ ସାଇନି ଓ ଗୋଣ୍ଡୱାନା ସମାଜ ମୁଖ୍ୟ ତେଲେମା ବୋରିୟାଙ୍କୁ ନିଯୁକ୍ତ କରିଥିଲେ। ଏହାପରେ ମାଓବାଦୀମାନେ ଦୁଇ ମଧ୍ୟସ୍ଥ ଓ ଶତାଧିକ ଗାଁ ଲୋକଙ୍କ ଉପସ୍ଥିତିରେ ମାଓବାଦୀମାନେ ରାକେଶ୍ୱରଙ୍କୁ ଛାଡ଼ିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାତିରେ ଯବାନ ରାକେଶ୍ୱର ସିଂହଙ୍କ ସହ ଫୋନରେ କଥା ହୋଇଥିବା ସୂଚନା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ