Masthead

ପ୍ରଧାନମନ୍ତ୍ରୀଙ୍କ ନାଁରେ ଚାଲାଣ କାଟିଲା ପୁଲିସ୍

ଓସଲୋ(ବଡ଼ ଖବର ): କଟକଣା ସମସ୍ତଙ୍କ ପାଇଁ ସମାନ, ସେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା ସାଧାରଣ ଜନତା। ନିୟମ ଭାଙ୍ଗିଲେ ଜୋରିମାନା ଦେବାକୁ ପଡ଼ିବ। କରୋନା ସଂକ୍ରମଣ ଦିନକୁ ଦିନ ଦୃତ ଗତିରେ ବଢୁଥିବାରୁ ନରୱେ ପ୍ରଶାସନ କୋଭିଡ କଟକଣା ଜାରିକରିଥିଲା। କଟକଣାକୁ ଉଲ୍ଲଙ୍ଘନ କରିଥିବାରୁ ପୁଲିସ୍‌ ଖୋଦ୍‌ ଦେଶର ପ୍ରଧାନମନ୍ତ୍ରୀ ଇରନା ସୋଲବର୍ଜଙ୍କ ନାଁରେ ଚାଲାଣ କାଟିଛି।

ସୂଚନାନୁଯାୟୀ,ସୋଲବର୍ଜ ନିଜ ଜନ୍ମଦିନରେ ପରିବାର ସହ ପାର୍ଟି କରିଥିଲେ। ତାଙ୍କ ପରିବାରର ୧୩ ଜଣ ସଦସ୍ୟ ଏଥିରେ ଭାଗ ନେଇଥିଲେ।ଏହି ସମୟରେ ସମାଜିକ ଦୂରତା ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଥିଲେ। ଏହି ଘଟଣା ପରେ ସୋଲବର୍ଜ କ୍ଷମା ମାଗିଥିଲେ। ତଥାପି ନରୱେ ପୁଲିସ୍‌ ତାଙ୍କ ନାଁରେ ୨୩୫୨ ଡଲାରର ଚାଲାଣ କାଟିଛି। ଏ ସମ୍ପର୍କରେ ନରୱେ ପୁଲିସ୍‌ ମୁଖ୍ୟ ଓଲେ ସାଇଭେରୁଡ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ