Masthead

ଆବାସ ଯୋଜନାରେ ଘୋଟାଲା

ପାରାଦୀପ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଛି ମହାଘୋଟାଲା । ଜଣେ ଲୋକର ନାଁରେ ୧ ଲକ୍ଷ ୨୦ ହଜାର ଟଙ୍କା ଉଠାଇ ନେବା ପରେ ବ୍ଲକ ତରଫରୁ ଜଣେ ନିରୀହ ଲୋକକୁ ଦିଆଯାଇଛି ଧମକ । ତୁମେ ଟଙ୍କା ନେଇଛ ଘର କାଇଁ, ଯେତେ ଶୀଘ୍ର ପାରୁଛ ଘର କର ନହେଲେ ସରକାରଙ୍କ ତରଫରୁ ତୁମ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏ ଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଗଡ଼କୁଜଙ୍ଗ ପଞ୍ଚାୟତର ଭୂୟାଁପାଳ ଗ୍ରାମରେ। ସରକାରଙ୍କ ଅନେକ ଯୋଜନା କିନ୍ତୁ ପ୍ରକୃତ ହିତାଧିକାରୀ ଗରିବ ଖଟିଖିଆ ଲୋକ ପାଇଁ ହାତ ପାହାନ୍ତାରେ ଥାଇ ମଧ୍ୟ ସାତସପନ ଭଳି ।

ଏହାର ଏକ ଜ୍ୱଳନ୍ତ ପ୍ରମାଣ ଜଗତସିଂହପୁର ଜିଲ୍ଲା ଗଡ଼କୁଜଙ୍ଗ ପଞ୍ଚାୟତର ଭୂୟାଁପାଳ ଗ୍ରାମରେ ରହୁଥିବା ପ୍ରଶାନ୍ତ ଦାସଙ୍କ କ୍ଷେତ୍ରରେ । ବିଜୁ ପକ୍କାଘର /ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୬/୧୭ ମସିହାରେ ଘର ମିଳିଥିଲା ଭୂୟାଁପାଳ ଗ୍ରାମର ପ୍ରଶାନ୍ତ ଦାସଙ୍କୁ । କିନ୍ତୁ ଏହାକୁ ଚଂଚକତା କରି ଚାରିଟି କିସ୍ତିରେ ୧ ଲକ୍ଷ ୨୦ ହଜାର ଟଙ୍କା ଉଠାଇନେବା ଭଳି ଏକ ମହାଘୋଟାଲାର ହସ୍ତଗତ ହୋଇଛି । ଯାହାକୁ ଗ୍ରାମବାସୀଙ୍କ ତରଫରୁ ଘୋର ନିନ୍ଦା କରାଯିବା ସହିତ ଏହି ଘଟଣା ର ଆର.ଡି.ସି ତଦନ୍ତ ଦାବି କରିଛନ୍ତି । ପ୍ରଶାନ୍ତ ଦାସଙ୍କ କହିବା ଅନୁଯାୟୀ ଆମେ ଗରିବଲୋକ । ମୂଲମଜୁରୀ ଲାଗି ଆମେ ଆମର ପରିବାର ପ୍ରତିପୋଷଣ କରୁ । ୨୦୧୬ରେ ଆମେ ଗୋଟିଏ ଘର ପାଇଁ ସରକାରଙ୍କ ନିକଟରେ ଆବେଦନ କରିଥିଲୁ ।

କିନ୍ତୁ ଆମର ଘର କରି ରହୁଥିବା ଜାଗା ଅନାବାଦୀ ଜଙ୍ଗଲ କିସମର ହୋଇଥିବାରୁ ଆମକୁ ଘର ମିଳିବ ନାହିଁ ବୋଲି ବ୍ଲକ ଅଫିସ ପକ୍ଷରୁ କୁହାଯାଇଥିଲା । କିଛି ଦିନ ତଳେ ଘର ସର୍ଭେ କରିବାକୁ ଆସିଥିବା ଏରସମା ବ୍ଲକ ଅଧିକାରୀମାନେ କହିଥିଲେ ତୁମର ଘର କାହିଁ ପଇସା ସବୁ ଉଠେଇ ନେଇଛ ଘର କୁଆଡେ ଗଲା ତୁମ ନାମରେ ସରକାରଙ୍କ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। କଲେକ୍ଟର, ବିଡ଼ିଓ, ତହସିଲଦାରଙ୍କୁ ଏକ ଦରଖାସ୍ତ ଦେବା ସହିତ ଏହାର ପ୍ରକୃତ ତଦନ୍ତ କରିବା ସହିତ ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଅନୁରୋଧ କରିଛନ୍ତି। ଏହି ଘଟଣା ରେ ଆଶ୍ଚର୍ଯ୍ୟ ହୋଇଛନ୍ତି ଗ୍ରାମବାସୀ, ସରପଞ୍ଚ ଓ ପ୍ରଶାନ୍ତ ଦାସଙ୍କ ପରିବାର ।

ଗଡକୁଜଙ୍ଗ ପଞ୍ଚାୟତ ଭୂୟାଁପାଳ ଗ୍ରାମରେ ଅନ୍ୟ ଜଣେ ପ୍ରଶାନ୍ତ ଦାସ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଛନ୍ତି। କିନ୍ତୁ ସରକାରୀ ଆର.ଟି.ଆଇ ଆକ୍ଟ ରେ ଆସିଥିବା ତାଲିକାରେ ନାମ ନାହିଁ । ଏହାକୁ ନେଇ ବୟାନ ରଖିଛନ୍ତି ଗଡକୁଜଙ୍ଗ ସରପଞ୍ଚ ସମ୍ପଦ କୁମାର ବାରିକ। ପ୍ରଶାନ୍ତ ଦାସ ପିତା- ଧ୍ରୁବ ଦାସ ଙ୍କ ନାମରେ ଆସିଥିବା ଘର ସେ ପାଇନାହାନ୍ତି, ପାଇଛନ୍ତି ଅନ୍ୟ ଜଣେ ପ୍ରଶାନ୍ତ ଦାସ ପିତା- ବାମନ ଦାସ । ଏହି ଘଟଣାର ପ୍ରକୃତ ତଦନ୍ତ କରିବାକୁ କହିଛନ୍ତି ସରପଞ୍ଚ ଓ ଗ୍ରାମବାସୀ । ।ଏହାର ପ୍ରକୃତ ତଦନ୍ତ କରାଗଲେ ଅନେକ ଘୋଟାଲାର ପର୍ଦାଫାଶ ହୋଇପାରିବ ବୋଲି ଦାବି ରଖିଛନ୍ତି ଗ୍ରାମବାସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ