Masthead

କରୋନା ବାଣ୍ଟିଲେ ଅଧ୍ୟକ୍ଷା

ଯୋଡ଼ା(ବଡ଼ ଖବର ବ୍ୟୁରୋ): କରୋନା ବାଣ୍ଟିଲେ ଅଧ୍ୟକ୍ଷା । କେନ୍ଦୁଝର ଜିଲ୍ଲା ଯୋଡ଼ାରେ ସୁପର ସ୍ପ୍ରେଡର ପାଲଟିଲେ ସେଣ୍ଟ ଟେରେସା ବିଦ୍ୟାଳୟର ଅଧ୍ୟକ୍ଷା । ଗତ କିଛିଦିନ ତଳେ ବାହାରୁ ଆସି ବିଦ୍ୟାଳୟର ଛାତ୍ରାବାସରେ ବିଦ୍ୟାର୍ଥୀଙ୍କ ସହ ରହୁଥିବା ଅଧ୍ୟକ୍ଷା କରୋନା ଚିହ୍ନଟ ହେବା ପରେ ଭୟର ବାତାବରଣ ଦେଖା ଦେଇଛି। ପଜିଟିଭ ହୋଇଥିଲେ ବି ଲୁଚାଇ ହଜାର ହଜାର ବିଦ୍ୟାର୍ଥୀ ଓ ସେମାନଙ୍କ ପରିବାରର ଜୀବନ ସହ ଖେଳ ଖେଳିଛନ୍ତି ଅଧ୍ୟକ୍ଷା।

ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ବିଦ୍ୟାଳୟର କର୍ମଚାରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଏଥିରେ୧୦ ବିଦ୍ୟାର୍ଥୀ କରୋନାରେ ଆକ୍ରାନ୍ତ ଥିବା ସୂଚନା ରହିଛି। ଏକା ସାଙ୍ଗରେ ଛାତ୍ରାବାସରେ ୨୦ରୁ ଉର୍ଦ୍ଧ ରହିଥିବା ବିଦ୍ୟାର୍ଥୀଙ୍କୁ କରୋନା  ଟେଷ୍ଟ ନ କରାଇ ଘରକୁ ପଠାଇ ଦିଆଯାଇଛି। ସେମାନଙ୍କ ଭିତରେ କିଛି ଅସୁସ୍ଥ ଥିବାର ବିଶେଷ ସୂତ୍ରରୁ ଖବର ମିଳିଛି। ତେଣୁ ଦ୍ରୁତ ଗତିରେ ଏମାନଙ୍କ ଠାରୁ ପରିବାର ଓ ପଡୋଶୀ ପଜିଟିଭ ଶିକାର ହେବାର ସମ୍ଭାବନା ରହିଛି। ଯାହା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା