ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଚିନ୍ତା ବଢାଉଛି କରୋନା । ବିଗିଡ଼ିବାରେ ଲାଗିଛି ସ୍ଥିତି । କରୋନା କବଳରେ ସୁପ୍ରିମକୋର୍ଟର ୫୦ ପ୍ରତିଶତ କର୍ମଚାରୀ । ଆଜି ଠାରୁ ଘରେ ବସି ମାମଲାର ଶୁଣାଣି କରିବେ ବିଚାରପତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ମାମଲାର ବିଚାର କରାଯିବ । ସେହିପରି ସଂକ୍ରମଣକୁ ଦେଖି ଆଜି ୧୦.୩୦ ରେ ବସିବାକୁ ଥିବା ବେଞ୍ଚ ୧୧.୩୦ରେ ବସିବ ।
୧୧ଟା ପରିବର୍ତ୍ତେ ୧୨ ରେ ବେଞ୍ଚ ବସିବା ନେଇ ସୂଚନା ମିଳିଛି। ସେପଟେ, କର୍ମଚାରୀ କରୋନା ଆକ୍ରାନ୍ତ ବାହାରିବା ପରେ ସୁପ୍ରିମକୋର୍ଟର ସମ୍ପୂର୍ଣ୍ଣ ପରିସର, କୋର୍ଟ ରୁମକୁ ସାନିଟାଇଜ କରାଯିବ । ଦେଶରେ କରୋନାର ଦ୍ବିତୀୟ ଲହରୀ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଛି । ଗତ ସପ୍ତାହ ମଧ୍ୟରେ ଦେଶରେ ୧୦ ଲକ୍ଷ ନୂତନ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି ।