Masthead

ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଦିଆଯାଇଥିବା ଚେକ ବାଉନ୍ସ

ସାରସକଣା (ବଡ଼ ଖବର ବ୍ୟୁରୋ) ଟ୍ରାକ୍ଟର ଦୁର୍ଘଟଣାରେ ପ୍ରାଣ ହରେଇ ଥିବା ମୃତକଙ୍କ ପରିବାରଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଦିଆଯାଇଥିବା ୨ଲକ୍ଷ ଟଙ୍କାର ଚେକ ବାଉନ୍ସ ହୋଇଛି ।ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକର ଗୋବିନ୍ଦପୁର ଗାଁରେ। ଫେବୃଆରୀ ମାସ ୧୭ରେ ମେଳା ଦେଖି ଘରକୁ ଫେରୁଥିବା ସମୟରେ ଟ୍ରାକ୍ଟର ଓଲଟି ୬ଜଣଙ୍କ ମୃତ୍ୟୁ ଘଟିଥିଲା।

ତେବେ ଫେବୃଆରୀ ୨୦ରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସାଂସଦ ମମତା ମହାନ୍ତ , ପୂର୍ବତନ ବିଧାୟକ ଭାଦବ ହଂସଦା, ସ୍ଥାନୀୟ ତହସିଲଦାର ଏଡି ଏମ ପ୍ରକାଶ ଚନ୍ଦ୍ର ବେହେରା ମୃତକଙ୍କ ପରିବାରକୁ ସମବେଦନା ଜଣେଇବା ସହ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଦୁଇ ଲକ୍ଷ ଟଙ୍କାର ୬୨୯୧୫୮ ନଂ ବିଶିଷ୍ଟ ଏକ ଚେକ ଏବଂ ବିଜେଡି ଦଳ ତରଫରୁ ୫୦,୦୦୦ ଟଙ୍କା, ଜିଲ୍ଲା ରେଡ଼ କ୍ରୋସ ତରଫରୁ ୧୦,୦୦୦ ଟଙ୍କା ନଗଦ ସାହାଯ୍ୟ ପ୍ରଦାନ କରାଯାଇଥିଲା ।

ମୃତକଙ୍କ ପୁଅ ସେହି ଚେକକୁ ନେଇ ଶୀର୍ଷାସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆରେ ଜମା କରିଥିଲେ।ହେଲେ ପରବର୍ତ୍ତୀ ସମୟରେ ଚେକଟି ବାଉନ୍ସ ହୋଇ ଯାଇଥିବାର ଜାଣିବାକୁ ପାଇଥିଲେ । ବ୍ୟାଙ୍କ ତରଫରୁ ଚେକ ବାଉନ୍ସର କାରଣ ରିଲିଫ ଫଣ୍ଡରେ ଟଙ୍କା ନଥିବା କଥା ଉଲ୍ଲେଖ ରହିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି କି ଯଦି ଟଙ୍କା ନାହିଁ ତେବେ ସହାୟତା ରାଶି ପ୍ରଦାନରେ ଏତେ ବ୍ୟାକୁଳତା କାହିଁକି। ଏଥିପାଇଁ ଦାୟୀ କିଏ,ସରକାର ନାଁ ବ୍ୟାଙ୍କ କର୍ତ୍ତୃପକ୍ଷ । ସରକାରୀ ସହାୟତାକୁ ଅନେଇ ବସିଛନ୍ତି ମୃତକ ବିଶୁଙ୍କ ବିଧବା ସ୍ତ୍ରୀ ଏବଂ ଛୋଟ ପିଲାମାନେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼