Masthead

ମେଡିକାଲରେ ମିଳୁନି ସ୍ଥାନ, ଅଟୋରେ ଚାଲିଛି ରୋଗୀ ଚିକିତ୍ସା

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମେଡିକାଲରେ ମିଳୁନି ସ୍ଥାନ । ଅଟୋରେ ଚାଲିଛି ରୋଗୀ ଚିକିତ୍ସା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ଯେଉଁଠାରେ କରୋନା ସମ୍ପୂର୍ଣ୍ଣ ଅଣାୟତ । ଜଣେ ବୃଦ୍ଧାଙ୍କ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ବୃଦ୍ଧ ମହିଳା ଜଣଙ୍କ ଅଟୋ-ରିକ୍ସାରେ ଚିକିତ୍ସା ହେଉଛନ୍ତି । ମେଡିକାଲରେ ଚିକିତ୍ସା ପାଇଁ ସ୍ଥାନ ନଥିବାରୁ ମହିଳା ଜଣକ ଅଟୋରେ ବସି ଅମ୍ଳଜାନ ନେଉଛନ୍ତି ।

ସେହିଭଳି ଆଉ ଏକ ଘଟଣା ଦେଖିବାକୁ ମିଳିଥିଲା ଓସମାନାବାଦରେ । ଡାକ୍ତରଖାନାରେ ସ୍ଥାନ ନମିଳିବାରୁ କରୋନା ରୋଗୀଙ୍କୁ ଚେୟାରରେ ବସାଇ ଚିକିତ୍ସିତ କରାଯାଉଥିଲା । ଏଭଳି ଅନେକ ସ୍ଥାନ ରହିଛି ଯେଉଁଠାରେ ଚିକିତ୍ସା ଅଭାବରୁ ରୋଗୀଙ୍କର ମୃତ୍ୟ ଘଟୁଛି। ଥାନେ ଜିଲ୍ଲାର ଭାସାଇରେ ଜଣେ ରୋଗୀ ଅମ୍ଳଜାନ ଅଭାବରୁ ଆତ୍ମହତ୍ୟା କରିଥିଲେ।

ନାଲାସୋପାରେ ମଧ୍ୟ ସାତ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ସର୍ମ୍ପକୀୟମାନେ ଅଭିଯୋଗ କରିଛନ୍ତି, ଡାକ୍ତରଖାନାରେ ଅମ୍ଳଜାନ ଅଭାବରୁ ସେମାନଙ୍କର ମୃତ୍ୟୁ ଘଟିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରାଥମିକ ପଦକ୍ଷେପ ନେବାକୁ ନାଲାସୋପରା ବିଧାୟକ କ୍ଷିତିଜ ଠାକୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଏମ ଉଦ୍ଧବ ଠାକରେଙ୍କୁ ଅନୁରୋଧ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ