Before Header

୩୮ ଡିଗ୍ରୀ ଉପରେ ୮ ସହର ତାପମାତ୍ରା

0 9

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମାର୍ଚ୍ଚ ପହିଲାରୁ ଅସହ୍ୟ ତାତି । ୩୮ ଡିଗ୍ରୀ ଉପରେ ୮ ସହର, ୩୭ ଡିଗ୍ରୀ ଉପରେ ୨୦ରୁ ଅଧିକ ସହରର ତାପମାତ୍ରା । ସକାଳ ୮ଟାରୁ ଟାଣ ଖରା ଦେଖିବାକୁ ମିଳୁଥିବା ବେଳେ ଦିନ ୧୧ ଟା ସୁଦ୍ଧା ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୩୫ ଡିଗ୍ରୀ ଅତିକ୍ରମ କରିଯାଉଛି । ସମ୍ବଲପୁର ଏବଂ ତାଳଚେରରେ ସର୍ବାଧିକ ତାପମାତ୍ର ୩୮.୬ ଡିଗ୍ରୀ ରେକର୍ଡ ହୋଇଛି ।

ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୮.୫ ଡିଗ୍ରୀ ରେକର୍ଡ କରାଯାଇଛି । ଏବେ ରାଜ୍ୟରେ ସାମୁଦ୍ରିକ ବାୟୁର ପ୍ରଭାବ କମ୍ ରହିଛି । ଏଥିସହ ବାୟୁମଣ୍ଡଳରେ ଆର୍ର୍ଦ୍ରତା ନଥିବା ବେଳେ ବର୍ଷାର ସମ୍ଭାବନା ମଧ୍ୟ ନାହିଁ । ୨ ଦିନ ରାଜ୍ୟରେ ପ୍ରଚଣ୍ଡ ଖରା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.