Masthead

ହାଇଦର ଟଙ୍କାରେ ଲଜରେ ଅୟସ କରୁଥିଲେ ସୁରକ୍ଷାକର୍ମୀ

କଟକ (ବଡ଼ ଖବର ବ୍ୟୁରୋ): ହାଇଦର ଖସିବା ପଛରେ ବଡ଼ ହାତ ରହିଛି । ଏନେଇ ସମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର । ଏହାସହିତ ସେ କହିଛନ୍ତି, ଜଣେ ଦୁର୍ଦ୍ଦାନ୍ତ ଅପରାଧି ପାଇଁ କାହିଁକି ଏତେ ସମ୍ବେଦନଶୀଳତା? ସାଧାରଣ ରୋଗୀକୁ କ୍ୟାବିନ ମିଳୁନି , ହାଇଦର ଭଳି ଏକ କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ କିଏ କ୍ୟାବିନ ସୁପାରିସ କରିଥିଲେ? କିଡ଼ନୀ ସମସ୍ୟା ଥିବାରୁ ଆସିଥିଲା, କିନ୍ତୁ ବିରିୟାନୀ କେମିତି ଖାଉଥିଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରକାଶ ମିଶ୍ର । ସେପଟେ ହାଇଦରର ସୁରକ୍ଷା ଦାୟିତ୍ୱରେ ଥିବା ୬ ସୁରକ୍ଷାକର୍ମୀ ରାତି ଅଧରେ ହୋଟେଲରୁ ଗାଏବ ହୋଇଛନ୍ତି ।

ଗ୍ୟାଙ୍ଗଷ୍ଟର ହାଇଦର ଟଙ୍କାରେ ଲଜରେ ମଉଜ କରୁଥିଲେ ପୁଲିସ କର୍ମଚାରୀ। ଏ ସଂକ୍ରାନ୍ତରେ ଖବର ପ୍ରକାଶ ପରେ ଏହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ହାଇଦରକୁ କଟକ ବଡ଼ ଡାକ୍ତରଖାନାରେ ୬ ଜଣ ପୁଲିସ କର୍ମଚାରୀ ୨୪ ଘଣ୍ଟା ଜଗିବା ବଦଳରେ ଯେଉଁ ଲଜରେ ମଉଜ କରୁଥିଲେ, ମଙ୍ଗଳାବାଗ କାଠଗୋଲା ସାହିର ଅହଲ୍ୟା ଲଜରେ ଗଲା ମାର୍ଚ୍ଚ ୨୩ ତାରିଖରୁ ଦୁଇଟି ରୁମ୍ କନଷ୍ଟେବଳ ମହମ୍ମଦ ମୌସିମ୍ ଓ ଉମାକାନ୍ତ ବେହେରାଙ୍କ ନାଁରେ ବୁକ୍ ହୋଇଥିଲା। ତେବେ ରାତି ଅଧରେ ସୁରକ୍ଷାକର୍ମୀ ଲଜରୁ ଗାଏବ ହୋଇଛନ୍ତି । ଏଠି ପ୍ରଶ୍ନ ଉଠୁଛି ସୁରକ୍ଷା କର୍ମୀ ଗଲେ କୁଆଡେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ