ଫିଲ୍ମ ଓ ସିରିଏଲ୍‌ ସୁଟିଂ ଉପରେ ଲାଗିଲା ଲକଡାଉନ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଚିନ୍ତା ବଢ଼ାଇଛି କରୋନା । ଏହାକୁ ନିୟନ୍ତ୍ରଣ କରିବା ପାଇଁ ମହାରାଷ୍ଟ୍ର ସରକାର ୧୪ ତାରିଖ ଠାରୁ ୧୪ ଦିନିଆ ଲକଡାଉନ୍‌ ଘୋଷଣା କରିଛନ୍ତି। ଫିଲ୍ମ ଓ ସିରିଏଲ୍‌ ସୁଟିଂ ଉପରେ ମଧ୍ୟ ଏହି ଲକଡାଉନ ଲାଗୁ ହୋଇଛି। ଆଗାମୀ ୧୫ ଦିନ ଯାଏଁ ସିରିଏଲ, ବିଜ୍ଞାପନ, ଫିଲ୍ମ ସୁଟିଂକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଏହାକୁ ନେଇ ଫିଲ୍ମ ନିର୍ମାତା ଓ ଫିଲ୍ମ ଆସୋସିଏସନର ଚିନ୍ତା ବଢ଼ିଛି । ଏହାରି ଭିତରେ ମଧ୍ୟ ଏକ ଖୁସି ଖବର ରହିଛି। ଯେଉଁ ଟିଭି ସିରିଏଲ ଏବଂ ଫିଲ୍ମ ଗୁଡିକ ମହାରାଷ୍ଟ ବାହାରେ ସୁଟିଂ ଚାଲିଛି ସେଗୁଡିକ ଜାରି ରହିବ।

୧୫ ଦିନ ପାଇଁ ଫିଲ୍ମ ହଲଗୁଡିକ ମଧ୍ୟ ବନ୍ଦ ରହିବ। ଫଳରେ ଆଗାମୀ ଦୁଇ ସପ୍ତାହ ଯାଏଁ ରିଲିଜ ହେବାକୁଥିବା ଫିଲ୍ମ ଉପରେ ରୋକ ଲାଗିଯାଇଛି। ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜର ଅଧ୍ୟକ୍ଷ ବିଏନ ତିୱାରୀ କହିଛନ୍ତି ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ବହୁତ ବଡ ଝଟକା ଦେଇଛି। ଯାହାଦ୍ବାରା ଅନେକ ଲୋକ ପ୍ରଭାବିତ ହେବେ। ମହାରାଷ୍ଟ୍ରରେ ଏବେ ଫିଲ୍ମ ଓ ଟିଭିର ପ୍ରାୟ ୧୦୦ ସୁଟିଂ ଚାଲିଛି। ବଡ ବଡ ସୁଟିଂ ହୋଲ୍ଡରେ ରଖାଯାଇଛି। ଟିଭି ଓ ବଲିଉଡର ଛୋଟ ଛୋଟ ପ୍ରୋଜେକ୍ଟର ସୁଟିଂ ଚାଲିଛି। ଏ ସମ୍ବନ୍ଧରେ ସେ ଉଦ୍ଧବ ଠାକରେଙ୍କ ସହ କଥାବାର୍ତ୍ତା କରିବେ ବୋଲି କହିଛନ୍ତି। ସୂଚନାମୁତାବକ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ରେକ୍‌ ଦ ଚେନ୍‌ ନିର୍ଦ୍ଦେଶ ଅନୁଯାୟୀ, ଆଜି ରାତି ୮ଟାରୁ ମେ’ ୧ ତାରିଖ ସକାଳ ୭ଟା ଯାଏଁ ଲକଡାଉନ୍‌ ଲାଗୁ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ