Masthead

ରାଜ୍ୟରେ ୩ ହଜାର ମୁହାଁ ଦୈନିକ ସଂକ୍ରମଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ବେକାବୁ ହେଉଛି କରୋନା ସ୍ଥିତି । ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨ ହଜାର ୯୮୯ ପଜିଟିଭ୍ । ଏହାମଧ୍ୟରୁ କ୍ୱାରେଣ୍ଟାଇନରୁ ୧ ହଜାର ୭୩୩ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ୧ ହଜାର ୨୫୬ ଜଣ । ତେବେ ସୁନ୍ଦରଗଡ଼ ଜିଲ୍ଲାରୁ ୬୩୧ପଜିଟିଭ ଚିହ୍ନଟ ହୋଇଛନ୍ତି ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୪୩୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୬୫, ବାଲେଶ୍ୱରରୁ ୮୩, ବରଗଡ଼ରୁ ୧୨୬, ଭଦ୍ରକରୁ ୩୪, ବଲାଙ୍ଗିରରୁ ୧୧୦, ବୌଦ୍ଧରୁ ୧୦, କଟକରୁ ୨୦୮, ଦେବଗଡ଼ରୁ ୨୩, ଢେଙ୍କାନାଳରୁ ୨୧, ଗଜପତିରୁ ୧୫, ଗଞ୍ଜାମରୁ ୬୩, ଜଗତସିଂହପୁରରୁ ୨୪, ଯାଜପୁରରୁ ୫୧, ଝାରସୁଗୁଡ଼ାରୁ ୮୪, କଳାହାଣ୍ଡିରୁ ୨୬୦, କନ୍ଧମାଳରୁ ୮, କେନ୍ଦ୍ରାପଡ଼ାରୁ ୧୧, କେନ୍ଦୁଝରରୁ ୭୭, କୋରାପୁଟରୁ ୧୪, ମାଲକାନଗିରିରୁ ୨, ମୟୁରଭଞ୍ଜରୁ ୩୮, ନବରଙ୍ଗପୁରରୁ ୪୩, ନୟାଗଡ଼ରୁ ୧୨, ନୂଆପଡ଼ାରୁ ୧୫୧, ପୁରୀରୁ ୧୧୨, ରାୟଗଡ଼ାରୁ ୨୭, ସମ୍ବଲପୁରରୁ ୧୪୮, ସୋନପୁରରୁ ୬ ଏବଂ ଷ୍ଟେଟ୍ ପୁଲରୁ ୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହି ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୫୮ ହଜାର ୩୪୨ରେ ପହଂଚିଛି । ସେହିପରି ୩ ଲକ୍ଷ ୪୧ ହଜାର ୭୩୩ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ମୋଟ୍ ସୁସ୍ଥ ହୋଇଛନ୍ତି ୬୧୦ ଜଣ ଆକ୍ରାନ୍ତ । ସେହିପରି ୧୪ ହଜାର ୬୨୧ ଜଣ କରୋନା ସଂକ୍ରମିତ ଏବେ ମଧ୍ୟ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି