Masthead

ଗ୍ୟାଙ୍ଗଷ୍ଟରକୁ ଧରାଇବ ଗ୍ୟାଙ୍ଗଷ୍ଟର

କଟକ (ବଡ଼ ଖବର ବ୍ୟୁରୋ): ହାଇଦର ଫେରାର ଘଟଣାରେ ନୂଆ ଖୁଲାସା । ହାଇଦରର ଫେରାରକୁ ୫ଦିନ ବିତିଲାଣି । ମାତ୍ର ରାଜ୍ୟ ପୋଲିସ ଓ ଗୁଇନ୍ଦା ବିଭାଗ ମାରିଛି ଫେଲ । ଅନ୍ଧାରରେ ବାଡି ବୁଲାଉଛନ୍ତି ବିଭାଗୀୟ ଉଚ୍ଚ ଅଧିକାରୀ । ପ୍ରଶ୍ନ ଉଠୁଛି ହାଇଦର ଫେରାର ହୋଇଛି ନାଁ ଫେରାର କରାଯାଇଛି । ଅନ୍ୟପଟେ ଫେରାର ଦିନ ଯେତିକି ବଢୁଛି ପୋଲିସ ପାଇଁ ବଢୁଛି ଚ୍ୟାଲେଞ୍ଜ । ଯେଉଁ ପୋଲିସ ଆଧିକାରୀ ହାଇଦରକୁ ଜୀବନ୍ତ ତଥା ମୃତ ଧରିବେ ସେ ନେବେ ମାଇଲେଜ ।

ଏହାସହିତ ଆଉ ଏକ ଗ୍ୟାଙ୍ଗଷ୍ଟର ଟିଟୋକୁ ପୋଲିସ ଜେରା କରୁଛି ବୋଲି ସୂଚନା ମିଳିଛି । ଅନ୍ୟପଟେ, ହାଇଦରର ପୁଅ ଆଜାରୁଦ୍ଧିନ କିଛି ଦିନ ପୂର୍ବରୁ ଏସିସିବି ଆସି ଆଣ୍ଠୁ ପରୀକ୍ଷା କରିବା ବାହାନାରେ ଏସସିବିର ସମସ୍ତ ରାସ୍ତାକୁ ଦେଖିଥିଲା । ଏହାଦ୍ୱାରା ହାଇଦର ଏସସିବିରୁ ଖସିଯାଇଛି ବୋଲି ଅନୁମାନ କରାଯାଉଛି । ସେପଟେ ରାଜ୍ୟରେ ଥିବା ୧୩ଟି ସମୁଦ୍ରକୂଳ ଥାନା ମଧ୍ୟରୁ ୯ଟି ସମୁଦ୍ର ତଟ ଥାନା କାର୍ଯ୍ୟକ୍ଷମ ହେଉନାହିଁ ଏବଂ ଏଥିରେ ପାଟ୍ରୋଲିଙ୍ଗ ବୋଟ୍ ମଧ୍ୟ କାର୍ଯ୍ୟକ୍ଷମ ହେଉନାହିଁ ଯାହାର ସୂଯୋଗ ନେଇ ହାଇଦର ବାଂଲାଦେଶ ପଳାଇଯାଇଛି ବୋଲି ଅନୁମାନ କରାଯାଉଛି । ହାଇଦର ଏସସିବିରୁ ବାଇକରେ ଫେରାର ହୋଇଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ପରେ ସେ ଏକ କାର ଯୋଗେ ଯାଇଛି ବୋଲି ଅନୁମାନ କରାଯାଉଛି ।

ହାଇଦରର ରାଇଭାଲ ଟିଟୋର ଗ୍ୟାଙ୍ଗ ଏବେ ଓଡ଼ିଶାରେ ସକ୍ରିୟ । ହାଇଦର ଯେତେଦିନ ବାହାରେ ରହିବ ଗ୍ୟାଙ୍ଗୱାର ସେତେ ଭୟ ବଢିବ । ଏପରି କି ହାଇଦରର ଟାର୍ଗେଟରେ ରହିବେ ଏକାଧିକ ଠିକାଦାର ଆଉ ବାଲି ମାଫିଆ । ବରାବର ଟକ୍କର ଦେବେ ହାଇଦରର ଗ୍ୟାଙ୍ଗ । ବିଶେଷ ସୁତ୍ରରୁ ମିଳିଥିବା ଖବର ଅନୁସାରେ ହାଇଦର ବଟି ଆଦାୟ ଲାଗି ହୋଇଛି ଫେରାର । ଯେଉଁଠି ବି ରହିଲେ ସେ ତାଙ୍କ ଗ୍ୟାଙ୍ଗ ଚଳାଇପାରିବାର କ୍ଷମତା ରଖିଛି । ଯାହାକି ଭଲ ଭାବେ ଜାଣିଛି ଟିଟୋ ଓ ତାର ଗ୍ୟାଙ୍ଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି