Masthead

ମାୟାନଗରୀରେ ଓଡିଆ ସୁନ୍ଦରୀ

ମାୟାନଗରୀରେ ଚମକୁଛନ୍ତି ଓଡିଆ ଝିଅ । ଓଲିଉଡରୁ ଅରମ୍ଭ କରି ବଲିଉଡ ସବୁଠି ହେଡ ଲାଇନ୍ ବନିଛନ୍ତି ଓଡିଆ ସୁନ୍ଦରି । କେବଳ ଫିଲ୍ମ ଲାଇନରେ ନୁହେଁ ମିସ୍ ଇଣ୍ଡିଆ ପରି ବ୍ୟୁଟି କଣ୍ଟେଷ୍ଟରେ ମଧ୍ୟ ନିଜର ସୁନ୍ଦର ପ୍ରଦର୍ଶନ ଦେଖାଇଛନ୍ତି । ବଲିଉଡର ଫେମସ ନିର୍ଦ୍ଦେଶକ ତଥା ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମାଙ୍କର ଆଗାମୀ ଚଳଚିତ୍ର “ଡି କମ୍ପାନୀ”ରେ ଓଡିଆ ଝିଅ ଅପସରା ରାନୀ ନିଜର ଜଲୱା ଦେଖାଇଛନ୍ତି । ତାଙ୍କର ଦମଦାର ଆକ୍ଟିଙ୍ଗରେ ବଲିଉଡରେ ସେ ଚହଳ ସୃଷ୍ଟି କରିଛନ୍ତି । ତାଙ୍କର ହଟ୍ ଆଣ୍ଡ ବୋଲ୍ଡ ଲୁକ ପାଇଁ ତାଙ୍କର ଅନେକ ଦିୱାନା । ଅପସରା ରାନୀ ହେଉଛନ୍ତି ଓଡିଶା ନୟାଗଡ ଜିଲ୍ଲାର ଝିଅ ।

ସେହିପରି ଆଉ ଜଣେ ଓଡିଆ ସୁନ୍ଦରୀ ହେଉଛନ୍ତି ରିୟାନା ଶୁକ୍ଲା ଜ୍ଝ ବର୍ତ୍ତମାନ ସେ ବଲିଉଡରେ କାମ କରି ଚର୍ଚ୍ଚାରେ ଅଛନ୍ତି । ଅଭିନୟ ଓ ମଡେଲିଂ କରି ବେଶ ଆଗରେ ଥିବା ଓଡିଆ ଝିଅ ରିୟାନା ଏବେ ନିଜ ଫିଲ୍ମ ଓ ୱେବସିରିଜକୁ ନେଇ ଓଟିଟି ପ୍ଲାଟ୍ଫର୍ମରେ ରାଜ୍ କରୁଛନ୍ତି । ନିକଟରେ ଓଟିଟି ପ୍ଲାଟ୍ଫର୍ମ ଏମ୍ଏକ୍ସ ପ୍ଲେୟାରରେ ତାଙ୍କର ସିନେମା ଏବଂ ୱେବସିରିଜ୍ ଷ୍ଟ୍ରିମିଂ ହେବାରେ ଲାଗିଛି । ହିନ୍ଦୀ ହରର୍ ୱେବସିରିଜ ‘ଫ୍ୟାନ୍ସି’ ସହ ତାଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ଏ ଦିଲ ତତେ ଦେଲି’ ଷ୍ଟ୍ରିମଂ ହୋଇଛି । ଏହି ଦୁଇଟି ଫିଲ୍ମକୁ ଦର୍ଶକମାନେ ଖୁବ୍ ଭଲପାଇବା ଦେଉଛନ୍ତି । ଯାହାକୁ ନେଇ ରିୟାନା ଖୁବ ଉତ୍ସାହିତ ଅଛନ୍ତି ।

ସେ କହିଛନ୍ତି, ଜାତୀୟସ୍ତରୀୟ ଓଟିଟି ପ୍ଲାଟ୍ଫର୍ମରେ ଓଡ଼ିଆ ସିନେମା ଷ୍ଟ୍ରିମିଂ ହେବା ମୋ ପାଇଁ ବହୁତ ଗର୍ବର କଥା । ଖୁସି ଲାଗୁଛି ମୋ ଫିଲ୍ମୀ ଷ୍ଟ୍ରିମିଂ ହେଉଛି । ବର୍ତ୍ତମାନ କରୋନା କଟକଣା ଲାଗି ସୁଟିଂ ବନ୍ଦ ଥିବାରୁ ଭବିଷ୍ୟତ ଯୋଜନାରେ ବ୍ୟସ୍ତ ରହିଛି । ଆଗକୁ ସସପେନ୍ସ ଥ୍ରିଲର ୱେବସିରିଜ ‘ଦି ଏଣ୍ଡ୍’ ଆସୁଛି । ଏହି ଫିଲ୍ମର ଆଉ ମାତ୍ର ୨୦% ସୁଟିଂ ବାକି ରହିଛି । ରିୟାନା ୭ରୁ ଅଧିକ ହିନ୍ଦୀ ସିନେମାରେ ଅଭିନୟ କରିଥିବାବେଳେ ତାଙ୍କର ହିନ୍ଦୀ ହରର ସିନେମା ‘ଆଇ ନୋ ୟୁ’ ଗତବର୍ଷ ଆମାଜନ୍ ପ୍ରାଇମ୍ ଭିଡିଓରେ ଷ୍ଟ୍ରିମିଂ ହୋଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି