Masthead

ବାଲେଶ୍ୱର ପରେ ଏବେ ବ୍ରାଉନସୁଗାରର ନୂଆ ହବ ଭଦ୍ରକ

ଭଦ୍ରକ (ବଡ଼ ଖବର ବ୍ୟୁରୋ): ଆଳୁ ଖୋଳୁଖୋଳୁ ବାହାରିଲେ ମହାଦେବ । ମାସ୍କ ଧରପଗଡ ବେଳେ ପୋଲିସ ପଞ୍ଝାରେ ପଡିଲେ ଧଳା ଜହର ବେପାରୀ । ଭଦ୍ରକ ୧୬ନଂ ଜାତୀୟ ରାଜପଥ ରାଣିତାଲ ନିକଟରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ମାସ୍କ ଚେକିଂ ଚାଲିଥିଲା । ଏହି ସମୟରେ ଜଳେଶ୍ୱର ପଟୁ ଆସୁଥିବା ଏକ କାରକୁ ଅଟକାଇଥିଲା ପୋଲିସ । ପୋଲିସକୁ ଦେଖି ଡ୍ରାଇଭର ଦ୍ରୁତଗତିରେ ପଳାଇବା ପାଇଁ ଚେଷ୍ଟା କରିଥିଲା । ତେବେ ରାଣିତାଲ ନିକଟ ଲେବଲ କ୍ରସିଂରେ ଫାଟକ ବନ୍ଦ ଥିବାରୁ କାରଟି ଅଟକି ଯାଇଥିଲା । ପୋଲିସ ଏମାନଙ୍କ ପିଛା କରି କାରକୁ କାବୁ କରିବା ସମୟରେ ଜଣେ ବ୍ରାଉନସୁଗାର ନେଇ କାରରୁ ଚମ୍ପଟ ମାରିଥିଲା । କାରରେ ଥିବା ଅନ୍ୟ ତିନିଜଣକୁ କାବୁ କରିଥିଲା ପୋଲିସ । ସେମାନଙ୍କ ନିକଟରୁ ଦଶଗ୍ରାମ ବ୍ରାଉନସୁଗାର ସହ ଖଣ୍ଡା,କାତି ଓ ଖେଳନା ବନ୍ଧୁକ ଜବତ କରିଛି ପୋଲିସ ।


ବାଲେଶ୍ୱର ପରେ ଏବେ ବ୍ରାଉନସୁଗାରର ନୂଆ ହବ ପାଲଟିଛି ଭଦ୍ରକ । ପ୍ରତିଦିନ ଭଦ୍ରକରୁ ବିପୁଳ ବ୍ରାଉନସୁଗାର ଜବତ ହେଉଛି । ପୋଲିସ ପଞ୍ଝାକୁ ଆସୁଛନ୍ତି ବେପାରୀ । କିନ୍ତୁ ପରେ ବେଲ ପାଇ ପୁଣି ଆପଣାଉଛନ୍ତି ଏହି କାରବାର । ରାତାରାତି କୋଟିପତି ହେବା ନିଶାରେ ଏହି ନିଶା କାରବାର କରୁଛନ୍ତି ଯୁବଗୋଷ୍ଠୀ । ଏମାନଙ୍କୁ ରୋକିବା ଏବେ ଭଦ୍ରକ ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲିଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ