Masthead

ବାଲେଶ୍ୱର ପରେ ଏବେ ବ୍ରାଉନସୁଗାରର ନୂଆ ହବ ଭଦ୍ରକ

ଭଦ୍ରକ (ବଡ଼ ଖବର ବ୍ୟୁରୋ): ଆଳୁ ଖୋଳୁଖୋଳୁ ବାହାରିଲେ ମହାଦେବ । ମାସ୍କ ଧରପଗଡ ବେଳେ ପୋଲିସ ପଞ୍ଝାରେ ପଡିଲେ ଧଳା ଜହର ବେପାରୀ । ଭଦ୍ରକ ୧୬ନଂ ଜାତୀୟ ରାଜପଥ ରାଣିତାଲ ନିକଟରେ ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ମାସ୍କ ଚେକିଂ ଚାଲିଥିଲା । ଏହି ସମୟରେ ଜଳେଶ୍ୱର ପଟୁ ଆସୁଥିବା ଏକ କାରକୁ ଅଟକାଇଥିଲା ପୋଲିସ । ପୋଲିସକୁ ଦେଖି ଡ୍ରାଇଭର ଦ୍ରୁତଗତିରେ ପଳାଇବା ପାଇଁ ଚେଷ୍ଟା କରିଥିଲା । ତେବେ ରାଣିତାଲ ନିକଟ ଲେବଲ କ୍ରସିଂରେ ଫାଟକ ବନ୍ଦ ଥିବାରୁ କାରଟି ଅଟକି ଯାଇଥିଲା । ପୋଲିସ ଏମାନଙ୍କ ପିଛା କରି କାରକୁ କାବୁ କରିବା ସମୟରେ ଜଣେ ବ୍ରାଉନସୁଗାର ନେଇ କାରରୁ ଚମ୍ପଟ ମାରିଥିଲା । କାରରେ ଥିବା ଅନ୍ୟ ତିନିଜଣକୁ କାବୁ କରିଥିଲା ପୋଲିସ । ସେମାନଙ୍କ ନିକଟରୁ ଦଶଗ୍ରାମ ବ୍ରାଉନସୁଗାର ସହ ଖଣ୍ଡା,କାତି ଓ ଖେଳନା ବନ୍ଧୁକ ଜବତ କରିଛି ପୋଲିସ ।


ବାଲେଶ୍ୱର ପରେ ଏବେ ବ୍ରାଉନସୁଗାରର ନୂଆ ହବ ପାଲଟିଛି ଭଦ୍ରକ । ପ୍ରତିଦିନ ଭଦ୍ରକରୁ ବିପୁଳ ବ୍ରାଉନସୁଗାର ଜବତ ହେଉଛି । ପୋଲିସ ପଞ୍ଝାକୁ ଆସୁଛନ୍ତି ବେପାରୀ । କିନ୍ତୁ ପରେ ବେଲ ପାଇ ପୁଣି ଆପଣାଉଛନ୍ତି ଏହି କାରବାର । ରାତାରାତି କୋଟିପତି ହେବା ନିଶାରେ ଏହି ନିଶା କାରବାର କରୁଛନ୍ତି ଯୁବଗୋଷ୍ଠୀ । ଏମାନଙ୍କୁ ରୋକିବା ଏବେ ଭଦ୍ରକ ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲିଟିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି