କୁମ୍ଭମେଳାରେ କରୋନା ଆତଙ୍କ, ଜଣେ ସାଧୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉଗ୍ର ରୂପ ନେଉଛି କରୋନାର ଦ୍ୱିତୀୟ ଲହର । ଦିନକୁ ଦିନ କରୋନା କାୟା ବିସ୍ତାର କରିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢିଚାଲିଛି । ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭମେଳାରେ ଜଣେ ସାଧୁଙ୍କର କରୋନାରେ ମୃତ୍ୟୁ ହୋଇଛି। ଚଳିତ ସପ୍ତାହରେ ଏକ ହିନ୍ଦୁ ଆଖଡ଼ାର ମୁଖ୍ୟ ମହାମଣ୍ଡଳେଶ୍ବର କପିଳ ଦେବ ଦାସ କରୋନା ସଂକ୍ରମିତ ହୋଇଥିଲେ ।

ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ସେ ଯେଉଁ ଶିବିରରେ ରହୁଥିଲେ ସେହି ଶିବିରରେ ୧୦ ହଜାରରୁ ଅଧିକ ସାଧୁ ରହୁଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବା ଅନୁଗାମୀମାନଙ୍କ ମଧ୍ୟ ଟେଷ୍ଟ କରାଯିବ । ଏପ୍ରିଲ ରେ ୬୮ ଜଣ ସାଧୁ କରୋନା ସଂକ୍ରମିତ ହୋଇଥିବାବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଆସନ୍ତା ୩୦ ତାରିଖରେ ଶେଷ ହେବ କୁମ୍ଭମେଳା ।

ମାତ୍ର ଅଳ୍ପ କିଛି ସାଧୁସନ୍ଥ ବୁଡ଼ ପକାଇବେ। ସଂକ୍ରମଣ ବଢ଼ିବାରୁ ଅନେକ ସାଧୁ ମେଳାସ୍ଥଳ ଛାଡ଼ିଦେବାକୁ ପ୍ରସ୍ତୁତ ହେଲେଣି। ଜୁନା ଆଖଡ଼ା ପରେ ସବୁଠୁ ଶକ୍ତିଶାଳୀ ଏବଂ ସବୁଠୁ ବଡ଼ ନାଗା ସନ୍ୟାସୀ ଆଖଡ଼ା ତଥା ନିରଂଜନି ଆଖଡ଼ାର ସଚିବ ରବିନ୍ଦ୍ର ପୁରୀ କହିଛନ୍ତି, ହରିଦ୍ବାରାରେ ପଡ଼ିଥିବା ଶିବିରରେ ଅଧିକାଂଶ ଅନୁଗାମୀଙ୍କଠାରେ କରୋନା ଲକ୍ଷଣ ଦେଖାଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ