Masthead

କୁମ୍ଭମେଳାରେ କରୋନା ଆତଙ୍କ, ଜଣେ ସାଧୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉଗ୍ର ରୂପ ନେଉଛି କରୋନାର ଦ୍ୱିତୀୟ ଲହର । ଦିନକୁ ଦିନ କରୋନା କାୟା ବିସ୍ତାର କରିବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢିଚାଲିଛି । ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭମେଳାରେ ଜଣେ ସାଧୁଙ୍କର କରୋନାରେ ମୃତ୍ୟୁ ହୋଇଛି। ଚଳିତ ସପ୍ତାହରେ ଏକ ହିନ୍ଦୁ ଆଖଡ଼ାର ମୁଖ୍ୟ ମହାମଣ୍ଡଳେଶ୍ବର କପିଳ ଦେବ ଦାସ କରୋନା ସଂକ୍ରମିତ ହୋଇଥିଲେ ।

ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା । ସେ ଯେଉଁ ଶିବିରରେ ରହୁଥିଲେ ସେହି ଶିବିରରେ ୧୦ ହଜାରରୁ ଅଧିକ ସାଧୁ ରହୁଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବା ଅନୁଗାମୀମାନଙ୍କ ମଧ୍ୟ ଟେଷ୍ଟ କରାଯିବ । ଏପ୍ରିଲ ରେ ୬୮ ଜଣ ସାଧୁ କରୋନା ସଂକ୍ରମିତ ହୋଇଥିବାବେଳେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଆସନ୍ତା ୩୦ ତାରିଖରେ ଶେଷ ହେବ କୁମ୍ଭମେଳା ।

ମାତ୍ର ଅଳ୍ପ କିଛି ସାଧୁସନ୍ଥ ବୁଡ଼ ପକାଇବେ। ସଂକ୍ରମଣ ବଢ଼ିବାରୁ ଅନେକ ସାଧୁ ମେଳାସ୍ଥଳ ଛାଡ଼ିଦେବାକୁ ପ୍ରସ୍ତୁତ ହେଲେଣି। ଜୁନା ଆଖଡ଼ା ପରେ ସବୁଠୁ ଶକ୍ତିଶାଳୀ ଏବଂ ସବୁଠୁ ବଡ଼ ନାଗା ସନ୍ୟାସୀ ଆଖଡ଼ା ତଥା ନିରଂଜନି ଆଖଡ଼ାର ସଚିବ ରବିନ୍ଦ୍ର ପୁରୀ କହିଛନ୍ତି, ହରିଦ୍ବାରାରେ ପଡ଼ିଥିବା ଶିବିରରେ ଅଧିକାଂଶ ଅନୁଗାମୀଙ୍କଠାରେ କରୋନା ଲକ୍ଷଣ ଦେଖାଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..