Masthead

ଇତିହାସ ରଚିଲେ କମଳା

ଆମେରିକା(ବଡ଼ ଖବର): କମଳା ହାରିସ । ବିଶ୍ୱରେ ଇତିହାସ ରଚିବାକୁ ଯାଉଛନ୍ତି ୫୬ ବର୍ଷୀୟା ଏହି କୃଷ୍ଣକାୟ ମହିଳା । ଆମେରିକା ରାଜନୀତିରେ ସର୍ବୋଚ୍ଚ ସ୍ତରରେ କେବଳ ଶ୍ୱେତାଙ୍ଗ ପୁରୁଷମାନଙ୍କର ଦବଦବା ରହି ଆସିଛି । ଶହଶହ ବର୍ଷ ଧରି ପ୍ରଚଳିତ ଧାରାକୁ ଭଙ୍ଗ କରି କମଳା ପ୍ରଥମ ମହିଳା ଭାବେ ଉପରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । କମଳା ହାରିସ କାଲିଫର୍ଣ୍ଣିଆର ସିନେଟ ସଦସ୍ୟା । ଭାରତୀୟ ବଂଶୋଦ୍ଭବ କମଳା ସମସ୍ତଙ୍କୁ ଚକିତ କରି ପୃଥିବୀର ସର୍ବଶ୍ରେଷ୍ଠ ଶକ୍ତିଶାଳୀ ଦେଶ ଆମେରିକାର ଉପରାଷ୍ଟ୍ରପତି ହେବା କିଛି ସାମାନ୍ୟ ନୁହେଁ । ଜମାୟିକାର ବାପା ଏବଂ ଭାରତୀୟ ମାଆଙ୍କ ଝିଅ ହେଉଛନ୍ତି କମଳା । ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ସେ ଅଦାଲତର ଓକିଲ ଭାବେ ମନୋନୀତ ହୋଇଥିଲେ । ତାଙ୍କ ବ୍ୟକ୍ତିତ୍ୱ ଓ ପ୍ରଚାର ସମୟରେ ଶାଣିତ ସ୍ୱର କମଳାଙ୍କୁ ଜଣେ ଦକ୍ଷ ଡେମୋକ୍ରାଟିକ ଷ୍ଟାରର ପରିଚୟ ଦେଇଥିଲା । ଆମେରିକିୟ ଲୋକଙ୍କ ଆଗରେ ହାରିସଙ୍କୁ ଉପରାଷ୍ଟ୍ରପତି ରୂପେ ଉପସ୍ଥାପିତ କରିବା ଓ ପରବର୍ତ୍ତି ସମୟରେ ସେ କରିଥିବା ନିବେଦନରେ ନିହାତି ବ୍ୟକ୍ତିଗତ ଭାବ ରହିଥିଲା । ହାରିସଙ୍କ ମାଆ ଶାମଳା ଗୋପାଳନଙ୍କୁ ଯେତେବେଳେ ୧୯ ବର୍ଷ ବୟସ ହୋଇଥିଲା ସେ ବର୍କୋଲେରେ ପହଞ୍ଚିିଥିଲେ । ତକ୍ରାଳିନ ସମୟରେ ସେଠାରେ ଲାଗିରହିଥିଲା ବିଭିନ୍ନ ନାଗରିକ ଅଧିକରୀ କାର୍ଯ୍ୟକ୍ରମ ।

ସେଠାରେ ହିଁ ଜାମାୟିକାଙ୍କର ଅର୍ଥଶାସ୍ତ୍ରରେ ପ୍ରବିଣ ଛାତ୍ର ଡୋନାଲ୍ଡ ହାରିସଙ୍କ ସହ ଶାମଳାଙ୍କର ସାକ୍ଷାତ ହୋଇଥିଲା । ପ୍ରଥମ ସାକ୍ଷାତରେ ଶାମଳା ଓ ଡେନୋଲ୍ଡ ପରସ୍ପରକୁ ଭଲ ପାଇ ବସିଥିଲେ । ଏହି ଭଲ ପାଇବା ବିବାହରେ ରୂପାନ୍ତରିତ ହୋଇଥିଲା । ଡୋନାଲ୍ଡ ଓ ଶାମଳାଙ୍କା ୨ ଝିଅ, ଜଣେ କମଳା ଅନ୍ୟ ଜଣେ ମାୟା । ବଡ ବଡ ସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଲାବେଳେ ଡୋନାଲ୍ଡ କେବେହେଲେ ମଦର ଇଣ୍ଡିଆ ବିଷୟରେ କହିବାକୁ ଭୁଲନ୍ତି ନାହିଁ । ଆମେରିକା ନିର୍ବାଚନରେ ଟ୍ରମ୍ପ , ପେନ୍ସ , ବାଇଡେନଙ୍କ ମଧ୍ୟରେ ହାରିସ ବୟସରେ ସବୁଠାରୁ କମ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ