Before Header

୨୪ ଘଣ୍ଟାରେ ୩୧୪୪ ପଜିଟିଭ

0 40

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ କାୟା ବିସ୍ତାର କରୁଛି କରୋନା । ଅଣାୟତ ହେବାରେ ଲାଗିଛି ସ୍ଥିତି । ୨୪ଘଣ୍ଟାରେ ୩୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୮୨୩ ହୋଇଥିବାଳେ ଲୋକାଲ କେସ୍ ୧୩୨୧ ରହିଛି । ଆଜି ସୁନ୍ଦରଗଡରୁ ସର୍ବାଧିକ ୫୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଦ୍ୱିତୀୟରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ୪୯୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛି । ନୂଆପଡା ୩୯୫, ବରଗଡ଼ ୧୫୬, ସମ୍ବଲପୁର ୧୪୯, କଟକ ୧୪୦, ପୁରୀ ୧୨୯, କେନ୍ଦୁଝର ୧୨୮ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡାରୁ ୧୧୯, ଷ୍ଟେଟ ପୁଲ ୧୧୦, ନବରଙ୍ଗପୁର ୯୬, ବଲାଙ୍ଗିର ୯୨, ଯାଜପୁର ୭୬, ମୟୁରଭଞ୍ଜ ୬୮, ଗଜପତି ୬୭, କଳାହାଣ୍ଡିରୁ ୫୩ ଚିହ୍ନଟ ହୋଇଛନ୍ତି ।

ତେବେ ଭଦ୍ରକ ୫୧, ଅନୁଗୁଳ ୪୯, ଗଞ୍ଜାମ ଓ ରାୟଗଡାରୁ ୪୪, ବାଲେଶ୍ୱର ଓ ନୟାଗଡରୁ ୨୯, ଦେଓଗଡରୁ ୨୧, ଜଗତସିଂହପୁର ଓ କୋରାପୁଟରୁ ୧୮, କେନ୍ଦ୍ରାପଡା ୧୫, କନ୍ଧମାଳ ୧୩, ବୌଦ୍ଧ ୭, ମାଲକାନାଗିରି ଓ ସୋନପୁର ୪, ଢେଙ୍କାନାଳ ୧ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୬୪ ହଜାର ୫୯୪ରେ ପହଞ୍ଚିଛି । ସେପଟେ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୪୩ହଜାର ୫୨୨ଜଣ ।

Leave A Reply

Your email address will not be published.