Masthead

ଦୁଃଖ ଦୁର୍ଦ୍ଦିନରେ ଜୀବନ କାଟୁଛନ୍ତି ଶାନ୍ତି

ମୟୁରଭଞ୍ଜ (ବଡ଼ ଖବର ବ୍ୟୁରୋ): ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଜନସାଧାରଣଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ତେବେ ଏହି ଯୋଜନା ଅନେକ କ୍ଷେତ୍ରରେ କିପରି ବିଫଳ ହୋଇଛି ତାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଷ୍ଟେସନ ବଜାର ଅଞ୍ଚଳରେ। ଦୁଃଖ ଦୁର୍ଦ୍ଦିନରେ ଖଟ ଉପରେ ଶୋଇ ରହି ଦୀର୍ଘଦିନ ଧରି ଜୀବନ କାଟୁଛନ୍ତି ଅସହାୟ ବୃଦ୍ଧା ମହିଳା।

ଅସହାୟ ଅବସ୍ଥାରେ ପଡିରହିଥିବା ଗରିବ ମହିଳା ହେଲେ ସ୍ଵର୍ଗତ ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସହଧର୍ମିଣୀ ଶାନ୍ତିଲତା ବିଶ୍ବାଳ। ବୟସ ପାଖାପାଖି ୭୫ ହେବ । ସ୍ୱାମୀଙ୍କ ମୃତ୍ୟୁ ପରେ ବିଧବା ଅସହାୟ ମହିଳା ଜଣକ ବୟସର ଅପରାହ୍ନରେ ନିଜ ଜନ୍ମିତ ପୁଅ ପାଖରେ ଜୀବନ ବିତାଉଥିବା ବେଳେ ଦୁଇ ପୁଅ ଜନ୍ମ କଲା ମାଆର ହାତ ଛାଡି ବେସାହାରା କରି ଅନ୍ୟତ୍ର ରହୁଛନ୍ତି। ବାଧ୍ୟ ହେଇ ବେସାହାରା ଅବସ୍ଥାରେ ପଲିଥିନ ତଳେ ଖରା, ବର୍ଷା, ଶୀତ, କାକର ମଧ୍ୟରେ ଏକ ଖଟିଆରେ ପଡିରହି ଦୁଃଖ ଦୁର୍ଦ୍ଦିନରେ ଜୀବନ କାଟିବା ପାଇଁ ବାଧ୍ୟ ହେଉଛନ୍ତି।

ଦୀର୍ଘ ଦିନ ସେବା ଯତ୍ନ ଓ ଖାଦ୍ୟ ଅଭାବରୁ ଖଟିଆରେ ପଡିରହି ଶରୀର କ୍ଷୀଣ ପ୍ରାୟ ହୋଇଥିବା ବେଳେ ବୃଦ୍ଧା ମହିଳାର ଶରୀରରେ ପିମ୍ପୁଡ଼ି ଓ ପୋକ ସାଲୁବାଲୁ କରୁଥିବାର ଦୃଶ୍ୟ ମଧ୍ୟ ପରିଲକ୍ଷିତ ହେଉଛି। ଏହି ଅସହାୟ ବୃଦ୍ଧା ମହିଳାଙ୍କ ପ୍ରତି ସ୍ଥାନୀୟ ପ୍ରଶାସନ କିମ୍ବା ବ୍ଲକ ପ୍ରଶାସନର କିପରି ଦୃଷ୍ଟିପଡ଼ିନି ସେ ନେଇ ବିଭିନ୍ନ ମହଲରେ ଅଭିଯୋଗ ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼