Masthead

ଚିରନିଦ୍ରାରେ ମଞ୍ଜୁନାଥ

ଭୂବନେଶ୍ବର (ବଡ଼ ଖବର ବ୍ୟୁରୋ): ଆଉ ନାହାନ୍ତି ପ୍ରଖ୍ୟାତ ନିର୍ଦ୍ଦେଶକ ତଥା ଅଭିନେତା ଡଃ ଡି ଏସ୍ ମଞ୍ଜୁନାଥ । କରୋନାରେ ଆକ୍ରାନ୍ତ ହୋଇ ରବିବାର ଦିନ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁରେ ଚଳଚିତ୍ର ଜଗତକୁ ଶକ୍ତ ଝଟକା ଲାଗିଛି । ତାଙ୍କ ବିୟୋଗରେ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି । ମଞ୍ଜୁନାଥ ଅଭିରାମଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଜିରୋ ପରସେଣ୍ଟ ଲଭ ସହିତ ହିରୋ ଭାବରେ ଡେବ୍ୟୁ କରୁଥିଲେ।

ଏହି ଚଳଚିତ୍ରରେ ତବଲା ନାନି, ଓମ୍ ପ୍ରକାଶ ରାଓ ଏବଂ ଏସ୍ ନାରାୟଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଚଳଚିତ୍ରର ସୁଟିଂ ପ୍ରାୟ ଶେଷ ହୋଇଥିଲା । ନିର୍ମାତାମାନେ ଚଳିତ ବର୍ଷ ଚଳଚିତ୍ର ମୁକ୍ତିଲାଭ କରିବାକୁ ଯୋଜନା କରିଥିଲେ। ଅଭିନେତାଙ୍କ ମୃତ୍ୟୁ ଖବର ଏବେ ସମଗ୍ର ଟିମକୁ ଚକିତ କରିଦେଇଛି । ସେ ସମୁକ୍ତା- ୨ ଏବଂ କେମେଷ୍ଟ୍ରି ଅଫ କାରିଆପ୍ପା ପରି ଚଳଚିତ୍ର ନିର୍ମାଣ କରିଛନ୍ତି ।ଡଃ. ଡି ଏସ୍. ମଞ୍ଜୁନାଥଙ୍କ ଅକାଳ ମୃତ୍ୟୁ ଫିଲ୍ମ ଇଣ୍ତଷ୍ଟ୍ରିକୁ ଚକିତ କରିଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼