Masthead

ମା’ ଆଖିରେ ଲୁହ

ସାଲେପୁର (ବଡ଼ ଖବର ବୁରୋ): ସତେ ଯେମିତି ଲାଗୁଛି ମା’ର ମୂଲ୍ୟ ଆଜିର ଦୁନିଆରେ ମୂଲ୍ୟହୀନ । ରକ୍ତମାଂସ ଦେଇ କୋଳେଇ କାଖେଇ ମଣିଷ କରିଥିବା ପୁଅମାନେ ଯେତେବେଳେ ମା’ ମମତାର ମୂଲ୍ୟକୁ ଭୁଲି ଯାଇ ହତାଦର କରନ୍ତି ଆଉ ମା’ ବାରଦୁଆର ବୁଲେ,  ମମତାର ଅତୁଟ ବନ୍ଧନ ସେଠାରେ କବର ନେଇଯାଏ । ଆମେ ଆପଣଙ୍କୁ ଏମିତି ଏକ ବୃଦ୍ଧାଙ୍କ କଥା କହିବୁ ଯାହାଙ୍କ ଦୁଃଖ କଷ୍ଟ ଓ ଯନ୍ତ୍ରଣା ଆପଣ ନିଜେ ବୁଝି ପାରିବେ। ଗ୍ରୀଷ୍ମର ଢୁ ଢୁ ଖରା ଆଉ କରୋନା ପ୍ରକୋପ ଭିତରେ କଟକ ସାଲେପୁର ସହରର ମୁଖ୍ୟ ସାପ୍ତାହିକ ହାଟ ଚାଳିରେ ଆଖିରୁ ଲୁହ ଝରାଇ କୋହଭରା କଣ୍ଠରେ ନିଜ ପୁଅ ଓ ସ୍ୱାମୀଙ୍କ ଅକଥନୀୟ ନିର୍ଯ୍ୟାତନାକୁ ବଖାଣୁ ଥିବା ୬୫ ବର୍ଷୀୟ ବୃଦ୍ଧା ଶୋଲା ସାହୁ। ଘର ମାହାଙ୍ଗା ବ୍ଲକ ସାହାସପୁର ଗାଁରେ ।

୩ ବର୍ଷ ହେବ ତାଙ୍କ ୩ ପୁଅ ବୋହୁ ଓ ସ୍ୱାମୀ ତାଙ୍କୁ ହାତାଦାର କରୁଛନ୍ତି । ଖାଇବା ପିଇବା ତ ଦୂରର କଥା । ତାଙ୍କ ଠାରୁ ପୁରା ଅଲଗା କରିଦେଇଛନ୍ତି ଏହି ବୃଦ୍ଧା ମା’କୁ । ଏନେଇ ବୃଦ୍ଧା ମା’ ଜଣଙ୍କ ମାହାଙ୍ଗା ଥାନା ଠାରୁ ଆରମ୍ଭ କରି ବହୁ ଲୋକଙ୍କୁ କାକୁତି ମିନତୀ ହୋଇସାରିଲେଣି । ହେଲେ କେହି ଶୁଣୁନହାନ୍ତି ତାଙ୍କ ଗୁହାରି । ଶେଷରେ ବାଧ୍ୟ ହୋଇ ସାଲେପୁର ଅଭିମୁଖେ ଚାଲି ଆସିଛନ୍ତି । କିଏ ଯଦି ଖାଇବାକୁ ଦେଲା ଦେଲା ନହଲେ ମାଗି ଯାଚି ଯାହା ମିଳୁଛି ସେ ଖାଇ ବଞ୍ଚୁଛନ୍ତି । ସେ କେବଳ କାନ୍ଦି କାନ୍ଦି ନ୍ୟାୟ ମାଗୁଛନ୍ତି ଓ ତାଙ୍କ ମମତାର ମୂଲ୍ୟ ଖୋଜୁଛନ୍ତି । ନଚେତ ଜୀବନ ଯୁଦ୍ଧରେ ହାରିଗଲେ ଆତ୍ମହତ୍ୟାର ବାଟକୁ ବାଛି ସାରିଲେଣି ବୋଲି କହୁଛନ୍ତି। ବୃଦ୍ଧାଙ୍କ ଏଭଳି ଦୁଃଖ ଶୁଣି ଅନେକ ଲୋକ ଦୁଃଖ ପ୍ରକାଶ କରିଛନ୍ତି । ଅନ୍ୟପଟେ ବୃଦ୍ଧାଙ୍କ ପରିବାରରକୁ ଯୋଗାଯୋଗ କରିବା ସମ୍ଭବ ହୋଇପାରିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ