ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ କରୋନା ତାର ତାଣ୍ଡବ ମଚାଇବାରେ ଲାଗିଛି । ଦ୍ରୁତଗତିରେ କରୋନାର ଦ୍ୱିତୀୟ ଲହଲ ବ୍ୟାପିବାରେ ଲାଗିଛି । ଏହି ସଂକ୍ରମଣରୁ କିଏ ବି ବାଦ ପଡ଼ୁନାହାନ୍ତି । ୫୧ ବର୍ଷିୟ ମେଡିକାଲ ଅଫିସର ଡ.ମନୀଷ ଯାଦବ କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ଏଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରରୁ । ସିୱରି ଟିବି ହସ୍ପିଟାଲରେ ନିୟୋଜିତ ୫୧ ବର୍ଷୀୟା ସିନିୟର ମେଡିକାଲ ଅଫିସର ଡକ୍ଟର ମନୀଷା ଯାଦବ ।
କରୋନା ଦ୍ୱାରା ସଂକ୍ରମିତ ହେବା କାରଣରୁ ପ୍ରାଣ ହରାଇଛନ୍ତି । ସେ ରବିବାର ଫେସବୁକରେ ନିଜର ଶୁଭେଚ୍ଛୁମାନଙ୍କୁ ଶେଷଥର ପାଇଁ ‘ଗୁଡବାଏ’ ବୋଲି କହିଥିଲେ । ତାହାର ୩୬ ଘଣ୍ଟା ପରେ ସୋମବାର ବିଳମ୍ବିତ ରାତ୍ରିରେ ତାଙ୍କର ମୃତ୍ୟୁ ହୋଇଛି ।ରବିବାର ସକାଳେ ସେ କରିଥିବା ଫେସବୁକ୍ ପୋଷ୍ଟରେ ଉଲ୍ଲେଖ କରିଥିଲେ ଯେ, ‘ମୁଁ ସମସ୍ତଙ୍କୁ ଶେଷଥର ପାଇଁ ଗୁଡବାଏ କହୁଛି ।
ଏହା ବୋଧହୁଏ ମୋ ପାଇଁ ଶେଷ ସକାଳ ହୋଇପାରେ । ଆପଣମାନେ ନିଜ ନିଜର ଧ୍ୟାନ ରଖନ୍ତୁ । ସବୁବେଳେ ମନେ ରଖନ୍ତୁ କି କେବଳ ଶରୀରର ମୃତ୍ୟୁ ହୋଇଥାଏ । ଆତ୍ମାର ନୁହେଁ । ଆତ୍ମା ଅମର ।’ ତାଙ୍କର ଏହି କଥା ସତ ପ୍ରମାଣିତ ହୋଇଥିଲା ।