ଆମ ପରୀକ୍ଷା ବି ବାତିଲ କର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଆମ ପରୀକ୍ଷା ବି ବାତିଲ କର । ମ୍ୟାଟ୍ରିକ ପରେ ଏବେ ପରୀକ୍ଷା ବାତିଲ ଦାବିନେଇ ରାସ୍ତାକୁ ଓଲ୍ହାଇଲେ +୨ ଛାତ୍ରଛାତ୍ରୀ । ଆଜି ଭୁବନେଶ୍ୱର ଲୋଏର ପିଏମଜିରେ ଧାରଣା ଦେଇଛନ୍ତି ଯୁକ୍ତଦୁଇ ଛାତ୍ରଛାତ୍ରୀ । ଦଶମ ଭଳି ସେମାନଙ୍କ ପରୀକ୍ଷା ବାତିଲ କରାଯିବ ଦାବିରେ ସେମାନେ ଏହି ଧାରଣା ଦେଇଛନ୍ତି । ତେବେ ପୋଲିସ ସେମାନଙ୍କୁ ବୁଝାସୁଝା ମଧ୍ୟ କରିଛି ।

ଦୁଇଦିନ ତଳେ ଦଶମ ଶ୍ରେଣୀର କିଛି ଛାତ୍ରଛାତ୍ରୀ ପରୀକ୍ଷା ବାତିଲ ଦାବିରେ ନବୀନ ନିବାସ ଘେରିଥିଲେ । ପୋଲିସ ସେମାନଙ୍କୁ ରାସ୍ତାରୁ ଅଟାଇକି ସେମାନଙ୍କ ଠାରୁ ଦାବିପତ୍ର ଗ୍ରହଣ କରିଥିଲା । ଏହାପରେ ରାଜ୍ୟସରକାର ଦଶମ ପରୀକ୍ଷାକୁ ବାତିଲ କରିଥିଲେ । ଅନ୍ୟପଟେ ଯୁକ୍ତଦୁଇ ପରୀକ୍ଷାକୁ ସ୍ଥଗିତ ରଖିଥିଲେ । ଏହାରି ଭିତରେ ଅନିଶ୍ଚିତତା ଭିତରେ ଥିଲେ ଯୁକ୍ତଦୁଇ ଛାତ୍ରଛାତ୍ରୀ । ଆଜି ସକାଳୁ ରାଜଧାନୀର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଲୋଏର ପିଏମଜିରେ ଏକାଠି ହୋଇ ଧାରଣା ଦେଉଥିଲେ । ପରୀକ୍ଷା ବାତିଲ କରିବା ପାଇଁ ଦାବି କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!